Puri Shrine Upgradation: CM Holds Key Meeting with Matha Heads in Bhubaneswar/ପୁରୀ ମଠ-ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ ମଠ ମନ୍ଦିରର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା: ଶ୍ରୀମନ୍ଦିର ସହ ଯୋଡ଼ିହୋଇଥିବା ପୀଠର ହେବ ଉନ୍ନତିକରଣ
ଭୁବନେଶ୍ୱର:
ପୁରୀର ମଠ ଓ ମନ୍ଦିରଗୁଡ଼ିକର ବିକାଶ ଓ ସଂରକ୍ଷଣ ନେଇ ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ପୁରୀର ମଠାଧୀଶମାନେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପୁରୀର ଐତିହ୍ୟ, ପରମ୍ପରା ଏବଂ ମଠ-ମନ୍ଦିରଗୁଡ଼ିକର ଭୌତିକ ସୁବିଧାସୁଯୋଗ ବୃଦ୍ଧି ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି।
ଏହି ବିଶେଷ ଆଲୋଚନା ସମୟରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ୱିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ମଠ ଓ ମନ୍ଦିରଗୁଡ଼ିକର ସମସ୍ୟା ସମାଧାନ ସହ ଶ୍ରୀକ୍ଷେତ୍ରର ସାଂସ୍କୃତିକ ଗୌରବକୁ ଆଗକୁ ନେବା ପାଇଁ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *