KIIT-KISS Is One: 7 Eminent Personalities Conferred with ‘KKIO’ Lifetime Achievement Award/କିଟ୍-କିସ୍ ଇଜ୍ ୱାନ୍: ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଲା ଜୀବନବ୍ୟାପୀ ସମ୍ମାନ

କିଟ୍‍ ଓ କିସ୍‍ରେ ଜାତୀୟ-ଆନ୍ତର୍ଜାତୀୟ ପ୍ରତିନିଧି: ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘କିଓ’ ଜୀବନବ୍ୟାପୀ ସମ୍ମାନ
ଭୁବନେଶ୍ୱର:
ରାଜଧାନୀ ଭୁବନେଶ୍ୱରସ୍ଥିତ କିଟ୍‍ ଓ କିସ୍‍ ପରିସରରେ ଆଜି ଦେଶ-ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବଙ୍କ ସମେତ ଅନେକ ଆନ୍ତର୍ଜାତୀୟ ପ୍ରତିନିଧି ଅନୁଷ୍ଠାନ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘କିଟ୍‍-କିସ୍‍ ଇଜ୍‍ ୱାନ୍‍’ (କିଓ) ଜୀବନବ୍ୟାପୀ ସମ୍ମାନରେ ସମ୍ମାନିତ କରାଯାଇଛି।
ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବ କହିଥିଲେ, ଶିକ୍ଷା କେବଳ ଜ୍ଞାନ ପାଇଁ ନୁହେଁ, ବରଂ ନିଜକୁ ବଦଳାଇବାର ସବୁଠୁ ବଡ଼ ମାଧ୍ୟମ। ପାଠପଢ଼ା ଶେଷ ପରେ ନିଜ ସମାଜକୁ କେବେ ଭୁଲିବା ଉଚିତ ନୁହେଁ। ଅନ୍ୟପଟେ ଆମେରିକା କଂଗ୍ରେସମ୍ୟାନ ମାଇକେଲ ବମଗାର୍ଟନର କିଟ୍‍ ଓ କିସ୍‍କୁ ବିଶ୍ୱର ସବୁଠୁ ବଡ଼ ଶିକ୍ଷା ପ୍ରକଳ୍ପ ଭାବେ ଅଭିହିତ କରିଥିଲେ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡ଼ର ପଦ୍ମଶ୍ରୀ ଫୁଲବାସନ ବାଇ ଯାଦବ, ଆମେରିକା ମୋଣ୍ଟାନା ଷ୍ଟେଟ୍ ୟୁନିଭର୍ସିଟିର ଅଧ୍ୟକ୍ଷ ଡ. ବ୍ରକ୍ ଟେସ୍‌ମାନ, ରୋମାନିଆର ତିନି ମେୟର (ଲିଆ ଓଲଗୁତା, ଭାସିଲେ କରାରେ, ଦୁମିତ୍ରୁ ବୋରାସ୍‌‌), ଏପିଇସି ୟୁନିଭର୍ସିଟି ରେକ୍ଟର ଏରିକ୍ ଫେଡେରିକୋ ଏବଂ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଆଭେଲାନେଡାର ରେକ୍ଟର ଜର୍ଜ କାଲଜୋନିଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ କରାଯାଇଥିଲା।
ଏହାସହ ଏବିପି ନିଉଜର ବରିଷ୍ଠ ସାମ୍ବାଦିକା ଚିତ୍ରା ତ୍ରିପାଠୀ ଓ ମୋତିଲାଲ ଓସୱାଲ ଗ୍ରୁପର ସିଇଓ ମୋତିଲାଲ ଓସୱାଲ ଯୋଗଦେଇ ପିଲାମାନଙ୍କୁ ଶିକ୍ଷା, ରୋଜଗାର ଓ ସମାଜ ପ୍ରତି ପ୍ରତିଦାନ ଦେବାକୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *