News Inshot

Rohit Shetty Confirms Golmaal 5 Release Date: Mega Comedy Set for January 2027/୮ ଜାନୁଆରୀ ୨୦୨୭ରେ ରିଲିଜ୍ ହେବ ‘ଗୋଲମାଲ୍ ୫’, ଦେଖିବାକୁ ମିଳିବେ ଅଜୟ, ଅକ୍ଷୟ ଓ ପୁରୁଣା ଗ୍ୟାଙ୍ଗ୍..

୨୦୨୭ ରେ ଆସୁଛି ‘ଗୋଲମାଲ୍ ୫’: ରିଲିଜ୍ ଡେଟ୍ ଘୋଷଣା କଲେ ରୋହିତ୍ ଶେଟ୍ଟୀ ବଲିଉଡର ସବୁଠାରୁ ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ‘ଗୋଲମାଲ୍’ ପୁଣିଥରେ ଦର୍ଶକଙ୍କୁ ହସାଇବାକୁ ପ୍ରସ୍ତୁତ। ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀ ‘ଗୋଲମାଲ୍ ୫’ର ରିଲିଜ୍ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଆସନ୍ତା ୨୦୨୭ ମସିହା ଜାନୁଆରୀ ୮ ତାରିଖରେ ଏହି ସିନେମା ପ୍ରେକ୍ଷାଳୟକୁ ଆସିବ। ଏହି ନୂଆ ଭାଗରେ ଅଜୟ ଦେବଗନ୍, ଅର୍ଶଦ ୱାର୍ସୀ, କୁନାଲ ଖେମୁ, ଶ୍ରେୟସ ତଲପଡ଼େ, ତୁଷାର କପୁର…

‘Driver Self-Respect Day’ Celebrated Across the Nation from September 17/ସେପ୍ଟେମ୍ବର ୧୭ରୁ ସାରା ଦେଶରେ ପାଳିତ ହେଉଛି ‘ଡ୍ରାଇଭର ଆତ୍ମସମ୍ମାନ ଦିବସ’

ସେପ୍ଟେମ୍ବର ୧୭ରୁ ସାରା ଦେଶରେ ପାଳିତ ହେଉଛି ‘ଡ୍ରାଇଭର ଆତ୍ମସମ୍ମାନ ଦିବସ’ ଗାଡ଼ି ଚାଳକମାନଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ‘ଭାରତ ସ୍କାଉଟସ୍ ଏବଂ ଗାଇଡସ୍’ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୭ ତାରିଖରୁ ସାରା ଦେଶରେ ‘ଡ୍ରାଇଭର ଆତ୍ମସମ୍ମାନ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ସ୍କାଉଟସ୍ ଓ ଗାଇଡସ୍‌ର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନଙ୍କୁ ସମ୍ମାନିତ କରିବା ସହ ଟ୍ରାଫିକ୍ ନିୟମ ଓ ସୁରକ୍ଷିତ ଯାତ୍ରା…

Asian Games 2026: No Official Uniforms, No Parade for Indian Athletics Team/ଏସୀୟ କ୍ରୀଡ଼ା: ପୋଷାକ ନାହିଁ, ଉଦ୍‌ଘାଟନୀ ଉତ୍ସବରୁ ବାଦ୍ ପଡ଼ିଲେ ଭାରତୀୟ ଆଥଲେଟିକ୍ସ ଦଳ..

ଏସୀୟ କ୍ରୀଡ଼ା ୨୦୨୬: କିଟ୍ ନମିଳିବାରୁ ଉଦ୍‌ଘାଟନୀ ଉତ୍ସବରୁ ବାଦ୍ ପଡ଼ିଲେ ଭାରତୀୟ ଆଥଲେଟ୍ସ, ଶେଷ ମୁହୂର୍ତ୍ତରେ ବଦଳିଲେ ପତାକାବାହକ ଜାପାନର ଆଇଚି-ନାଗୋୟାରେ ଆରମ୍ଭ ହୋଇଥିବା ୨୦୨୬ ଏସୀୟ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଆଥଲେଟିକ୍ସ ଦଳ ସାମିଲ ହୋଇପାରିନାହାନ୍ତି। ସମସ୍ତ ପ୍ରସ୍ତୁତି ସତ୍ତ୍ୱେ କେବଳ ଅଫିସିଆଲ୍ ପୋଷାକ (ସେରେମୋନିଆଲ୍ କିଟ୍) ସମୟରେ ନପହଞ୍ଚିବା ଯୋଗୁଁ ଏପରି ଏକ ବିଭ୍ରାଟ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଉଛି, ଭାରତୀୟ ଦଳର ଅନ୍ୟତମ ମୁଖ୍ୟ ପତାକାବାହକ ଭାବେ…

Tragic Accident in Madhya Pradesh: 7 Odia Devotees Killed as Car Swept Away in Swollen Stream/ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦେବୀ ଦର୍ଶନ ସାରି ଫେରୁଥିବା ବେଳେ ଭାସିଗଲା କାର୍‌, ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ ମୃତ..

ମଧ୍ୟପ୍ରଦେଶରେ ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ଦେବୀ ଦର୍ଶନ ସାରି ଫେରୁଥିବା ବେଳେ  ବନ୍ୟା ଜଳ ଭାସିଗଲେ ୮ ଜଣ ଶ୍ରଦ୍ଧାଳୁ, ଯେଉଁଥିରେ ୭ ଜଣ ଓଡ଼ିଆ! ଦର୍ଶନ ସାରି ଫେରିବା ବେଳେ ଘଟିଲା କାଳ:ଓଡ଼ିଶାର ଏକ ପରିବାର ପ୍ରଥମେ ଉଜ୍ଜୟିନୀ ଯାଇ ସେଠାରୁ ଏକ ଟ୍ୟାକ୍ସି ଯୋଗେ ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲାରେ ଥିବା ପ୍ରସିଦ୍ଧ ନଲଖେଡ଼ା ମା’ ବଗଲାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ପୂଜାର୍ଚ୍ଚନା ସାରି ଗାଡ଼ିରେ ଫେରୁଥିବା ସମୟରେ ମନ୍ଦିର…

India Names 30-Member Shooting Squad for Nagoya Asian Games 2026/ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ସୁଟିଂ ଦଳ ଘୋଷଣା:ମଇଦାନକୁ ଓହ୍ଲାଇବେ ୩୦ ସୁଟର..

ଏସୀୟ କ୍ରୀଡ଼ା ୨୦୨୬: ନାଗୋୟାରେ ନିଶାନା ସାଧିବେ ଭାରତର ୩୦ ଜଣିଆ ସୁଟିଂ ଦଳ, ମନୁ-ଇଶାଙ୍କ ଉପରେ ସମସ୍ତଙ୍କ ନଜର ନୂଆଦିଲ୍ଲୀ: ଜାପାନର ନାଗୋୟାଠାରେ ଆୟୋଜିତ ହେବାକୁ ଯାଉଥିବା ୨୦ତମ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ସୁଟିଂ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥର ଭାରତର ୩୦ ଜଣିଆ ଏକ ଶକ୍ତିଶାଳୀ ଦଳ ରାଇଫଲ, ପିସ୍ତୋଲ ଏବଂ ଶଟଗନ୍ ବିଭାଗରେ ପଦକ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବେ। ସେପ୍ଟେମ୍ବର ୨୦ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଏହି…