Is KFC Safe in Odisha? Food Squads Seize Frozen Meat Past Shelf-Life in Bhubaneswar & Cuttack/KFC ଏବଂ McDonald’s ରୁ ଜବତ ହେଲା ବାସି ମାଂସ

ଓଡ଼ିଶାରେ KFC, McDonald’s ଭଳି ବଡ଼ ଫାଷ୍ଟଫୁଡ୍ ଆଉଟଲେଟ୍‌ରେ ଖାଦ୍ୟ ସୁରକ୍ଷା ଚଢ଼ାଉ; ମିଳିଲା ବାସି ମାଂସ, କାରଣ ଦର୍ଶାଅ ନୋଟିସ ଜାରି ଭୁବନେଶ୍ୱର: ଓଡ଼ିଶାର କଟକ ଓ ଭୁବନେଶ୍ୱର (ଟ୍ୱିନ୍ ସିଟି)ରେ ଥିବା KFC, McDonald’s, Domino’s ଏବଂ Burger King ଭଳି ଜଣାଶୁଣା ଆନ୍ତର୍ଜାତୀୟ ଫାଷ୍ଟଫୁଡ୍ ଚେନ୍‌ଗୁଡ଼ିକରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ହଠାତ୍ ଚଢ଼ାଉ କରାଯାଇଛି। ଏହି ସମୟରେ ବିଭିନ୍ନ ଆଉଟଲେଟ୍‌ରୁ ବହୁ ପରିମାଣର ବାସି ଏବଂ ଅସୁରକ୍ଷିତ ଖାଦ୍ୟ ସାମଗ୍ରୀ ଜବତ…

IAS Sanjay Kumar Bishwal Takes Charge as New Director of I&PR Department/ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ IAS ସଞ୍ଜୟ ବିଶ୍ୱାଳ

ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ସଞ୍ଜୟ ବିଶ୍ୱାଳ ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ। ଶନିବାର ଲୋକସମ୍ପର୍କ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ଉଷ୍ମ ସଂବର୍ଦ୍ଧନା ଜଣାଇଥିଲେ। ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ ଶାସନ ସଚିବ କଲାମୁଦ୍ଦିନ୍‌,…

Extra Perks & Protocol for Odisha’s 2 Deputy CMs Challenged; Orissa HC Reserves Verdict/ଉପମୁଖ୍ୟମନ୍ତ୍ରୀ ପଦବୀ ଓ ସ୍ୱତନ୍ତ୍ର ପ୍ରୋଟୋକଲ ବିବାଦ: ହାଇକୋର୍ଟରେ ମାମଲା, ଖୁବ୍‌ଶୀଘ୍ର ଆସିବ ନିଷ୍ପତ୍ତି

ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସୁବିଧା ସୁଯୋଗକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ କଟକ: ଓଡ଼ିଶାର ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ମିଳୁଥିବା ସ୍ୱତନ୍ତ୍ର ପଦବୀ, ପ୍ରୋଟୋକଲ୍ ଏବଂ ସରକାରୀ ସୁବିଧା ସୁଯୋଗକୁ ଚ୍ୟାଲେଞ୍ଜ କରି ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲା (PIL) ଉପରେ ଓଡ଼ିଶା ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ପ୍ରଭାରୀ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ…

Saraswati Shishu Vidya Mandir Unit-VIII Celebrates Raksha Bandhan with Educational Discourse/ୟୁନିଟ୍-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ..

ୟୁନିଟ୍-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୮ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ-ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଟିଆ ଆର୍. ଏମ୍. ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ରକ୍ଷାବନ୍ଧନର ମାହାତ୍ମ୍ୟ, ସମାଜ ଗଠନରେ ଭାଇ-ଭଉଣୀଙ୍କ ସମ୍ପର୍କର ଗୁରୁତ୍ୱ ଏବଂ ନୈତିକ ମୂଲ୍ୟବୋଧ ବିଷୟରେ…

Thousands Join Peace Procession in Bhubaneswar to Mark Prophet Muhammad’s Birth Anniversary/ଭୁବନେଶ୍ୱରରେ ଧୂମଧାମରେ ପାଳିତ ହେଲା ମୱଲିଦ-ଉନ୍-ନବୀ: ବାହାରିଲା ଆକର୍ଷଣୀୟ ଶାନ୍ତି ଜୁଲୁସ୍..

ଭୁବନେଶ୍ୱରରେ ମହମ୍ମଦ ଜୟନ୍ତୀ (ମୱଲିଦ-ଉନ୍-ନବୀ): ଭକ୍ତି ଓ ଉତ୍ସାହର ସହ ବାହାରିଲା ବିଶାଳ ଶୋଭାଯାତ୍ରା ଭୁବନେଶ୍ୱର:ପବିତ୍ର ମୱଲିଦ-ଉନ୍-ନବୀ ଅବସରରେ ରାଜଧାନୀ ଭୁବନେଶ୍ୱର ଶାନ୍ତି, ସଦ୍ଭାବନା ଓ ଭକ୍ତିମୟ ପରିବେଶରେ ବୁଡ଼ି ରହିଛି। ଶାନ୍ତି ଓ ଦୟାର ପ୍ରତୀକ ହଜରତ ମହମ୍ମଦଙ୍କ ଜୟନ୍ତୀକୁ ନେଇ ସହରସାରା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଏହି ଖାସ୍ ଅବସରରେ ସହରର ପ୍ରମୁଖ ସ୍ଥାନଗୁଡ଼ିକରୁ ଏକ ବିଶାଳ ଶାନ୍ତି ଶୋଭାଯାତ୍ରା (ଜୁଲୁସ୍) ବାହାରିଥିଲା। ଏହି ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ…