107th Foundation Day of ‘Samaja’: Chief Minister Mohan Charan Majhi to Attend Grand Event at Rabindra Mandap/’ସମାଜ’ର ୧୦୭ତମ ସ୍ୱନକ୍ଷତ୍ର ଦିବସ: ରବୀନ୍ଦ୍ର ମଣ୍ଡପ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

‘ସମାଜ’ର ୧୦୭ତମ ସ୍ୱନକ୍ଷତ୍ର ଦିବସ: ରବୀନ୍ଦ୍ର ମଣ୍ଡପରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର:
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ଲୋକସେବକ ମଣ୍ଡଳ ଦ୍ୱାରା ପରିଚାଳିତ ପ୍ରସିଦ୍ଧ ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ’ର ୧୦୭ତମ ସ୍ୱନକ୍ଷତ୍ର ଦିବସ ଆଜି ରବିବାର ପାଳିତ ହେଉଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ସନ୍ଧ୍ୟା ୫ଟାରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଛି।
ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସମ୍ମାନିତ ଅତିଥି ଭାବେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ରହିବେ। ଏହାସହ ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ, ସମ୍ପାଦକ ରାମନାଥ ଝା, ‘ସମାଜ’ର ମୁଦ୍ରକ ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା, ନିର୍ବାହୀ ସମ୍ପାଦକ ବାମପଦ ତ୍ରିପାଠୀ ଏବଂ ମୁଖ୍ୟ ପ୍ରବନ୍ଧକ ଗୋପୀନାଥ ବାରିକ ମଞ୍ଚାସୀନ ରହିବେ।
୧୦୭ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ଯୁବବର୍ଗଙ୍କୁ ଯୋଡ଼ିବା ପାଇଁ ‘ପ୍ରଜ୍ୱଳିତ ଓଡ଼ିଶା: ୟୁଥ୍ କନେକ୍ଟ’ ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି। ଏଥିରେ ନିଶାମୁକ୍ତ ଯୁବ ସଂକଳ୍ପ ସହ ‘ଇଣ୍ଡିଆନ୍ ଆଇଡଲ୍’ ବିଜେତ୍ରୀ ଗାୟିକା ଜ୍ୟୋତିର୍ମୟୀ ନାୟକଙ୍କ ସଙ୍ଗୀତ ପରିବେଷଣ ‘ସ୍ୱର ଝଙ୍କାର’ ମୁଖ୍ୟ ଆକର୍ଷଣ ପାଲଟିବ। ଏହି ଗୌରବମୟ ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେବାକୁ ‘ସମାଜ’ ପରିବାର ପକ୍ଷରୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *