Thackeray Brothers Target CEC: Uddhav Slams ECI Bias, Raj Demands Cancellation of Voter Roll Revision/ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ମହା ଆନ୍ଦୋଳନ: ବିଜେପି ଓ ECI ଉପରେ ଗର୍ଜିଲେ ଉଦ୍ଧବ-ରାଜ୍


ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ବର୍ଷିଲେ ଠାକ୍ରେ ଭାଇ: ଉଦ୍ଧବ କହିଲେ ବିଜେପିର ହାତର ଖେଳନା ସିଆଇଆର୍ ରଦ୍ଧ ଦାବି କଲେ ରାଜ୍


ମୁମ୍ବାଇ:
ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ସରଗରମ ହୋଇଉଠିଛି। ଏହି ମୁଦ୍ଦାକୁ ନେଇ ଦୀର୍ଘ ଦିନ ପରେ ଦୁଇ ଭାଇ—ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ଏମଏନଏସ (MNS) ପ୍ରମୁଖ ରାଜ ଠାକ୍ରେ ଏକାଠି ହୋଇ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ମୁମ୍ବାଇରେ ଆୟୋଜିତ ଏକ ବିଶାଳ ଆନ୍ଦୋଳନରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେ ସିଧାସଳଖ ଅଭିଯୋଗ ଆଣିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ନିରପେକ୍ଷ ଭାବେ କାମ ନକରି ଶାସକ ଦଳ ବିଜେପିର ଏକ “ଅସ୍ତ୍ର” ବା ହାତବାରିସି ପାଲଟିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ରହୁନଥିବା ଦର୍ଶାଇ ସେ ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି।


ସେହିପରି ଅନ୍ୟପଟେ, ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକ୍ରେ ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଥିବା ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ (SIR) ପ୍ରକ୍ରିୟା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ମହାରାଷ୍ଟ୍ରରେ ଏହି SIR ପ୍ରକ୍ରିୟା ଦ୍ୱାରା ଲକ୍ଷ ଲକ୍ଷ ଅସଲି ଭୋଟରଙ୍କ ନାଁ ତାଲିକାରୁ ଗାଏବ କରିଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହି ପ୍ରକ୍ରିୟା ଗଣତନ୍ତ୍ର ପ୍ରତି ବିପଦ ବୋଲି ଦର୍ଶାଇ ରାଜ ଠାକ୍ରେ ରାଜ୍ୟରେ SIR ପ୍ରକ୍ରିୟାକୁ ତୁରନ୍ତ ରଦ୍ଧ କରିବାକୁ ଦାବି ଜଣାଇଛନ୍ତି।


ଉଭୟ ନେତାଙ୍କ ଏହି ମିଳିତ ବିକ୍ଷୋଭରେ ଅନ୍ୟ କଂଗ୍ରେସ ଓ ଏନସିପି (ଶରଦ ପାୱାର) ପରି ବିରୋଧୀ ଦଳଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆଗାମୀ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଭୂମିକାକୁ ନେଇ ବିରୋଧୀଙ୍କ ଏହି ଆକ୍ରାମକ ଆଭିମୁଖ୍ୟ ରାଜନୀତିକୁ ଆହୁରି ସରଗରମ କରିଦେଇଛି।

Leave a Reply

Your email address will not be published. Required fields are marked *