“Sri Sathya Sai Prem Pravahini” Rath Reaches Bhubaneswar; Maharudram Scheduled for Tomorrow/ରାଜଧାନୀରେ ‘ପ୍ରେମ ପ୍ରଭାହିନୀ ରଥ’: ଉତ୍ସବମୁଖର ସାଇ ଭକ୍ତ

ଭୁବନେଶ୍ୱରରେ ‘ଶ୍ରୀ ସତ୍ୟସାଇ ପ୍ରେମ ପ୍ରଭାହିନୀ ରଥ’: ଉତ୍ସବମୁଖର ‘ସାଇ ଜନନୀ’, କାଲି ଅନୁଷ୍ଠିତ ହେବ ମହାରୁଦ୍ରମ୍

ଭୁବନେଶ୍ୱର:

ଶାନ୍ତି, ସେବା ଓ ମାନବିକତାର ବାର୍ତ୍ତା ନେଇ ସାରା ଦେଶ ପରିକ୍ରମା କରୁଥିବା ଆଧ୍ୟାତ୍ମିକ ଗାଡ଼ି ‘ଶ୍ରୀ ସତ୍ୟସାଇ ପ୍ରେମ ପ୍ରଭାହିନୀ ରଥ’ ଏବେ ରାଜଧାନୀ ଭୁବନେଶ୍ୱରରେ। ଢେଙ୍କାନାଳ ଦେଇ ଆସିଥିବା ଏହି ରଥକୁ ସ୍ଥାନୀୟ ସାଇ ଶ୍ରଦ୍ଧାଳୁମାନେ ବେଶ୍ ଉତ୍ସାହ ଓ ଭକ୍ତିର ସହ ସ୍ୱାଗତ ଜଣାଇଛନ୍ତି। ଆଜି ଏହି ଦିବ୍ୟ ରଥ ଭୁବନେଶ୍ୱରର ବିଭିନ୍ନ ସମିତି ସହ ସତ୍ୟସାଇ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିବା ସହ ଭକ୍ତଙ୍କୁ ଦର୍ଶନ ଦେଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଆସନ୍ତାକାଲି (୬ ଅକ୍ଟୋବର) ‘ସାଇ ଜନନୀ’ଠାରେ ଦିନବ୍ୟାପୀ ସ୍ୱେଚ୍ଛାସେବୀ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସକାଳୁ ସେଠାରେ ‘ମହାରୁଦ୍ରମ୍’ ପାଠ କରାଯିବା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ରଥ ଦର୍ଶନର ବ୍ୟବସ୍ଥା ରହିବ। ଏହାସହ ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ପ୍ରଦର୍ଶନ ଓ ସମୂହ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପଶ୍ଚିମ ଓ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ପରିକ୍ରମା କରି ଗତ ଜୁଲାଇ ମାସରେ ଓଡ଼ିଶାରେ ପ୍ରବେଶ କରିଥିବା ଏହି ରଥ ଆସନ୍ତା ୭ ଅକ୍ଟୋବର ସକାଳେ ଉତ୍ତରା ଛକଠାରେ ପୁରୀ ଜିଲ୍ଲା କର୍ମକର୍ତ୍ତାଙ୍କୁ ହସ୍ତାନ୍ତର କରାଯିବ। ପ୍ରଶାନ୍ତି ନିଳୟମରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ସମଗ୍ର ଦେଶରେ ସାଇ ବାବାଙ୍କ “ସମସ୍ତଙ୍କୁ ଭଲପାଅ, ସମସ୍ତଙ୍କ ସେବା କର” ବାର୍ତ୍ତା ପହଞ୍ଚାଉଛି।

Leave a Reply

Your email address will not be published. Required fields are marked *