Cinematic Rebirth: CM Unveils State-of-the-Art Kalinga Studio Complex/ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (୦୫ ଅକ୍ଟୋବର):

ଓଡ଼ିଆ ସିନେମାର ପୁରୁଣା ଦିନର ସ୍ମୃତି ବହନ କରୁଥିବା ଏତିହାସିକ କଳିଙ୍ଗ ଷ୍ଟୁଡ଼ିଓ ଏବେ ସମ୍ପୂର୍ଣ୍ଣ ନୂଆ ରୂପ ଓ ରଙ୍ଗରେ ପ୍ରସ୍ତୁତ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପୁନର୍ବିକଶିତ ଓ ନବୀକୃତ ଷ୍ଟୁଡ଼ିଓର ଆନୁଷ୍ଠାନିକ ଲୋକାର୍ପଣ କରିଛନ୍ତି।

ପ୍ରାୟ ୨୦୦ କୋଟି ଟଙ୍କାର ବ୍ୟୟରେ ନିର୍ମିତ ଏହି ଷ୍ଟୁଡ଼ିଓରେ ଏବେ ଶୁଟିଂ ପାଇଁ ସବୁପ୍ରକାର ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ରହିଛି। ବିମାନବନ୍ଦର, ରେଳ ଷ୍ଟେସନ୍, ପାହାଡ଼, ସପିଂ ମଲ୍, ନଦୀ ଏବଂ ସ୍ନୋ-ୱାର୍ଲ୍ଡ (Snow World) ଭଳି ଆକର୍ଷଣୀୟ ଆଧୁନିକ ସେଟ୍ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ନିର୍ମାତାମାନଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ଏହାସହ ଏଡିଟିଂ, VFX, ଏବଂ ଅତ୍ୟାଧୁନିକ ସାଉଣ୍ଡ ରେକର୍ଡିଂ ପାଇଁ ଡିଜିଟାଲ୍ ଷ୍ଟୁଡ଼ିଓର ସୁବିଧା ମଧ୍ୟ ରଖାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଳିଙ୍ଗ ଷ୍ଟୁଡ଼ିଓ କେବଳ ଏକ ସୁଟିଂ ସ୍ଥଳ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତି ଓ ସିନେ ଜଗତର ଆତ୍ମା। ଏହାର ନବୀକରଣ ଦ୍ୱାରା ଆଞ୍ଚଳିକ କଳାକାର ଓ ଟେକ୍ନିସିଆନ୍‌ଙ୍କ ପାଇଁ ନୂଆ ରୋଜଗାର ସୃଷ୍ଟି ହେବ ଏବଂ ଓଡ଼ିଶାରେ ସିନେ-ପର୍ଯ୍ୟଟନ ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *