Rohit Shetty Confirms Golmaal 5 Release Date: Mega Comedy Set for January 2027/୮ ଜାନୁଆରୀ ୨୦୨୭ରେ ରିଲିଜ୍ ହେବ ‘ଗୋଲମାଲ୍ ୫’, ଦେଖିବାକୁ ମିଳିବେ ଅଜୟ, ଅକ୍ଷୟ ଓ ପୁରୁଣା ଗ୍ୟାଙ୍ଗ୍..

୨୦୨୭ ରେ ଆସୁଛି ‘ଗୋଲମାଲ୍ ୫’: ରିଲିଜ୍ ଡେଟ୍ ଘୋଷଣା କଲେ ରୋହିତ୍ ଶେଟ୍ଟୀ

ବଲିଉଡର ସବୁଠାରୁ ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ‘ଗୋଲମାଲ୍’ ପୁଣିଥରେ ଦର୍ଶକଙ୍କୁ ହସାଇବାକୁ ପ୍ରସ୍ତୁତ। ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀ ‘ଗୋଲମାଲ୍ ୫’ର ରିଲିଜ୍ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଆସନ୍ତା ୨୦୨୭ ମସିହା ଜାନୁଆରୀ ୮ ତାରିଖରେ ଏହି ସିନେମା ପ୍ରେକ୍ଷାଳୟକୁ ଆସିବ।
ଏହି ନୂଆ ଭାଗରେ ଅଜୟ ଦେବଗନ୍, ଅର୍ଶଦ ୱାର୍ସୀ, କୁନାଲ ଖେମୁ, ଶ୍ରେୟସ ତଲପଡ଼େ, ତୁଷାର କପୁର ଓ ଶର୍ମନ୍ ଯୋଶୀଙ୍କ ଭଳି ପୁରୁଣା କଳାକାର ପୁଣିଥରେ ନଜର ଆସିବେ। ତେବେ ଏଥର ସବୁଠାରୁ ବଡ଼ ସରପ୍ରାଇଜ୍ ହେଉଛନ୍ତି ଅକ୍ଷୟ କୁମାର, ଯିଏ ଏହି କମେଡି ଗ୍ୟାଙ୍ଗ୍‌ରେ ନୂଆ କରି ସାମିଲ ହୋଇଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି ରୋହିତ୍ ଶେଟ୍ଟୀ ଲେଖିଛନ୍ତି, “ହସ, ଖୁସି, ମଜା ଓ ପରିବାର… ବସ୍ ଆଉ କିଛି ନୁହେଁ। ୮ ଜାନୁଆରୀ ୨୦୨୭।”
ରୋହିତ୍ ଶେଟ୍ଟୀ ପିକ୍ଚର୍ସ, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍‌ର ମିଳିତ ସହଯୋଗରେ ନିର୍ମିତ ଏହି ଚଳଚ୍ଚିତ୍ର ନୂଆ ବର୍ଷରେ ଦର୍ଶକଙ୍କୁ ପ୍ରଚୁର ମନୋରଞ୍ଜନ ଯୋଗାଇବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *