ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: କମେଡିଆନ୍ ସମୟ ରୈନା ଓ ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ଉପରେ ଜରିମାନା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିଜର ପୂର୍ବ ନିର୍ଦ୍ଦେଶକୁ ପାଳନ ନକରିବା ନେଇ କମେଡିଆନ୍ ସମୟ ରୈନା ଏବଂ ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ଉପରେ ବର୍ଷିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ସୁପ୍ରିମକୋର୍ଟ ଉଭୟଙ୍କୁ ଦୁଇ ଜଣଙ୍କୁ ୩-୩ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି।
ଘଟଣା କଣ?
ସମୟ ରୈନାଙ୍କ ଲୋକପ୍ରିୟ ଶୋ ‘ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ’ (India’s Got Latent) ରେ ରଣବୀର ଆଲ୍ଲାବାଦିଆ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ଦେଇଥିବା କିଛି ମନ୍ତବ୍ୟକୁ ନେଇ ସାରା ଦେଶରେ ବିରୋଧ ହୋଇଥିଲା ଏବଂ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଏତଲା (FIR) ରୁଜୁ ହୋଇଥିଲା। ଏହି ମାମଲାକୁ ନେଇ ଉଭୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟଙ୍କ ସର୍ତ୍ତକୁ ପାଳନ ନକରିବାରୁ ମାନ୍ୟବର ଅଦାଲତ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।
କୋର୍ଟ କହିଛନ୍ତି ଯେ, “ଯଦି ଏହା ଅହଂକାର ନୁହେଁ, ତେବେ ଅନ୍ୟ କ’ଣ?” ଏବଂ ଉଭୟଙ୍କୁ ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

