ଅକ୍ଟୋବର ୧ରୁ LPG ସବସିଡି ପାଇଁ ବାଧ୍ୟତାମୂଳକ ହେଲା ଆଧାର ବାୟୋମେଟ୍ରିକ:
ଆସନ୍ତା ଅକ୍ଟୋବର ୧, ୨୦୨୬ରୁ ଗ୍ୟାସ୍ ସବସିଡି ପାଇବା ପାଇଁ ଗ୍ରାହକମାନଙ୍କୁ ଆଧାର ବାୟୋମେଟ୍ରିକ ଯାଞ୍ଚ (e-KYC) କରିବା ବାଧ୍ୟତାମୂଳକ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଏହି ନୂଆ ନିୟମ ସମ୍ପର୍କରେ ସୂଚନା ଦିଆଯାଇଛି।
ଏହି ନିୟମ କାହିଁକି?
ଘରୋଇ ଗ୍ୟାସ୍ ସିଲିଣ୍ଡରକୁ ବେଆଇନ ଭାବେ ବ୍ୟବସାୟିକ କାମରେ ବ୍ୟବହାର ରୋକିବା, ଜାଲ୍ ସଂଯୋଗ ଚିହ୍ନଟ କରିବା ଏବଂ କେବଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ସବସିଡି ପହଞ୍ଚାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।
ଗ୍ରାହକମାନେ କ’ଣ କରିବେ?
-
ଯେଉଁମାନେ ଆଗରୁ ବାୟୋମେଟ୍ରିକ କରିସାରିଛନ୍ତି: ଦେଶର ପ୍ରାୟ ୯୦% (୨୭.୪୩ କୋଟି) ଗ୍ରାହକ ଏହି ଯାଞ୍ଚ ପ୍ରକ୍ରିୟା ଶେଷ କରିସାରିଛନ୍ତି। ସେମାନଙ୍କୁ ଆଉ କିଛି କରିବାକୁ ପଡ଼ିବ ନାହିଁ।
-
ଯେଉଁମାନଙ୍କର ବାକି ଅଛି: ଆପଣ ଗ୍ୟାସ୍ ସିଲିଣ୍ଡର ଆଣୁଥିବା ଡେଲିଭରୀ ବୟଙ୍କ ମାଧ୍ୟମରେ, ଗ୍ୟାସ୍ ଫାଣ୍ଟି (ଡିଷ୍ଟ୍ରିବ୍ୟୁଟର) ଶୋ’ରୁମ୍କୁ ଯାଇ କିମ୍ବା ନିଜ ଗ୍ୟାସ୍ କମ୍ପାନୀର ମୋବାଇଲ୍ ଆପ୍ (IndianOil ONE, HelloBPCL, HP PAY) ଜରିଆରେ ଘରେ ବସି ନିଜର e-KYC ସାରିପାରିବେ।
ଯାଞ୍ଚ ନକଲେ କ’ଣ ହେବ?
ବାୟୋମେଟ୍ରିକ ଯାଞ୍ଚ ନକଲେ ଗ୍ୟାସ୍ ସଂଯୋଗ କଟିବ ନାହିଁ, କିନ୍ତୁ ସବସିଡି ମିଳିବ ନାହିଁ। ଗ୍ରାହକଙ୍କୁ ବଜାର ଦର (Full Market Price) ଦେଇ ସିଲିଣ୍ଡର କିଣିବାକୁ ପଡ଼ିବ।

