Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra

Veteran Playback Singer S. Janaki Passes Away at 88/କଣ୍ଠଶିଳ୍ପୀ ଏସ୍. ଜାନକୀଙ୍କ ପରଲୋକ: ସଙ୍ଗୀତ ଜଗତରେ ଶୋକର ଛାୟା

ଦକ୍ଷିଣ ଭାରତର କୋକିଳକଣ୍ଠୀ ତଥା ବିଶିଷ୍ଟ ଭେଟେରାନ କଣ୍ଠଶିଳ୍ପୀ ଏସ୍. ଜାନକୀଙ୍କର (୮୮ ବର୍ଷ) ବୟସରେ କର୍ଣ୍ଣାଟକର ମହୀଶୁରଠାରେ ପରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଶନିବାର ସକାଳେ ତାଙ୍କୁ ମହୀଶୁରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ନାତୁଣୀ ଅପ୍ସରା ବୈଦ୍ୟୁଲା ସୋସିଆଲ ମିଡିଆରେ ଏହି ଦୁଃଖଦ ଖବର ନିଶ୍ଚିତ କରିଛନ୍ତି।

୬ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ସୁମଧୁର କଣ୍ଠରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଏସ୍. ଜାନକୀ ଓଡ଼ିଆ, ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲାମ ସମେତ ପ୍ରାୟ ୨୦ଟି ଭାଷାରେ ୪୮,୦୦୦ ରୁ ଅଧିକ ଗୀତ ଗାଇଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମଧ୍ୟ ଅନେକ ସୁପରହିଟ୍ ଗୀତ ଗାଇ ଓଡ଼ିଶା ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ତାଙ୍କର ଏହି ବିୟୋଗରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଓ ସଙ୍ଗୀତ ପ୍ରେମୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *