‘Driver Self-Respect Day’ Celebrated Across the Nation from September 17/ସେପ୍ଟେମ୍ବର ୧୭ରୁ ସାରା ଦେଶରେ ପାଳିତ ହେଉଛି ‘ଡ୍ରାଇଭର ଆତ୍ମସମ୍ମାନ ଦିବସ’

ସେପ୍ଟେମ୍ବର ୧୭ରୁ ସାରା ଦେଶରେ ପାଳିତ ହେଉଛି ‘ଡ୍ରାଇଭର ଆତ୍ମସମ୍ମାନ ଦିବସ’
ଗାଡ଼ି ଚାଳକମାନଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ‘ଭାରତ ସ୍କାଉଟସ୍ ଏବଂ ଗାଇଡସ୍’ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୭ ତାରିଖରୁ ସାରା ଦେଶରେ ‘ଡ୍ରାଇଭର ଆତ୍ମସମ୍ମାନ ଦିବସ’ ପାଳନ କରାଯାଉଛି।
ଏହି ଅବସରରେ ସ୍କାଉଟସ୍ ଓ ଗାଇଡସ୍‌ର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନଙ୍କୁ ସମ୍ମାନିତ କରିବା ସହ ଟ୍ରାଫିକ୍ ନିୟମ ଓ ସୁରକ୍ଷିତ ଯାତ୍ରା ସମ୍ପର୍କରେ ସଚେତନ କରାଉଛନ୍ତି। ରାସ୍ତାରେ ପ୍ରଚାର ପତ୍ର ବାଣ୍ଟି ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ଡ୍ରାଇଭରମାନଙ୍କୁ ପରାମର୍ଶ ଦିଆଯାଉଛି। ସ୍କାଉଟସ୍ ଓ ଗାଇଡସ୍‌ଙ୍କର ଏହି ମହତ୍‌ କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *