Mahatma Gandhi Movie First Look Out: Manoj Bajpayee’s Stunning Transformation Shock Fans/ଗାନ୍ଧୀଜୀଙ୍କ ଭୂମିକାରେ ମନୋଜ ବାଜପେୟୀ, ରିଲିଜ୍ ହେଲା ଫିଲ୍ମର ପ୍ରଥମ ଝଲକ

ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ମନୋଜ ବାଜପେୟୀ, ସାମ୍ନାକୁ ଆସିଲା ପ୍ରଥମ ଲୁକ୍
ଭୁବନେଶ୍ୱର: ବଲିଉଡର ଜଣାଶୁଣା ଅଭିନେତା ମନୋଜ ବାଜପେୟୀ ପ୍ରଥମ ଥର ପାଇଁ ପରଦାରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ବିଶିଷ୍ଟ ନିର୍ଦ୍ଦେଶକ ସୁଧୀର ମିଶ୍ରଙ୍କ ଏହି ଆଗାମୀ ଐତିହାସିକ ସିନେମାରେ ସେ ଗାନ୍ଧୀଜୀଙ୍କ ଅବତାରରେ ଦେଖାଦେବେ। ନିକଟରେ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସୁଛନ୍ତି।
ଏହି ଫିଲ୍ମଟି ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ୨୧ ଦିନର କାହାଣୀ ଉପରେ ଆଧାରିତ। ୧୯୪୦ ଦଶକରେ ଦେଶ ଯେତେବେଳେ ସ୍ୱାଧୀନତା ଆଡ଼କୁ ଆଗେଇ ଚାଲିଥିଲା, ସେତେବେଳେ ଗାନ୍ଧୀଜୀ କ୍ଷମତା କେନ୍ଦ୍ରଠାରୁ ଦୂରେଇ ଯାଇ ନିଜ ପଥ ପୁନଃ ନିର୍ଦ୍ଧାରଣ କରିବାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ।
ଗାନ୍ଧୀଜୀଙ୍କ ଚରିତ୍ରକୁ ସ୍ପଷ୍ଟ ଭାବେ ଫୁଟାଇବା ପାଇଁ ମନୋଜ ବାଜପେୟୀ ନିଜର ଶାରୀରିକ ଗଠନରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ସେ ପାଖାପାଖି ୧୦ କିଲୋ ଓଜନ କମାଇବା ସହ ନିଜର ଖାଦ୍ୟପେୟ ଓ ଜୀବନଶୈଳୀରେ କଠୋର ନିୟମ ପାଳନ କରୁଛନ୍ତି। ଲକ୍ଷ୍ନୌରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି।
ଏହି ପ୍ରୋଜେକ୍ଟକୁ ଅନୁଭବ ସିହ୍ନା ଓ ନରେନ୍ଦ୍ର ହିରାୱତ୍ ପ୍ରଯୋଜନା କରୁଛନ୍ତି। ମନୋଜ ବାଜପେୟୀଙ୍କ ବ୍ୟତୀତ ଏଥିରେ ସୌରଭ ଶୁକ୍ଲା ଓ ଦିବ୍ୟା ଦତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମର ଶୀର୍ଷକ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିଲେ ବି ଏହାର ଅସ୍ଥାୟୀ ନାମ ‘ଗାନ୍ଧୀ ଆଣ୍ଡ ମାଇ ମଦର’ ରଖାଯାଇଛି।

Leave a Reply

Your email address will not be published. Required fields are marked *