[In Pics] A Glimpse of Beautiful Durga Idols Across Capital Pandals/ଝଟକୁଛି ରାଜଧାନୀ, ଜମୁଛି ଭିଡ଼: ଭୁବନେଶ୍ୱର ପୂଜା ମଣ୍ଡପଗୁଡ଼ିକରୁ ଦେଖନ୍ତୁ ମା’ଙ୍କ ଅପୂର୍ବ ଦର୍ଶନ

ଉତ୍ସବମୁଖର ରାଜଧାନୀ: ୧୯୫ଟି ମଣ୍ଡପରେ ଶୋଭା ପାଉଛନ୍ତି ମା’ ଦୁର୍ଗା, ଜମୁଛି ଭକ୍ତଙ୍କ ଭିଡ଼

ଭୁବନେଶ୍ୱର:

ଶାରଦୀୟ ଦୁର୍ଗାପୂଜା ପାଇଁ ଏବେ ଉତ୍ସବମୁଖର ପାଲଟିଛି ସମ୍ପୂର୍ଣ୍ଣ ରାଜଧାନୀ। ଧୂପ-ଦୀପ, ଚନ୍ଦନ ଏବଂ ଘଣ୍ଟ-ଶଙ୍ଖର ନାଦରେ ସହରର ଗଳିକନ୍ଦି ମୁଖରିତ ହୋଇଉଠିଛି। କମିଶନରେଟ୍ ପୋଲିସର ସୂଚନା ଅନୁସାରେ, ଏଥର ଭୁବନେଶ୍ୱରର ପ୍ରାୟ ୧୯୫ଟି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କର ଆକର୍ଷଣୀୟ ଓ ଦିବ୍ୟ ପ୍ରତିମୂର୍ତ୍ତି ଶୋଭା ପାଉଛି, ଯାହାକୁ ଦେଖିବା ପାଇଁ ସଞ୍ଜ ନମୁଣୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମୁଛି।

 

 

 

 

 

ରସୁଲଗଡ଼, ସହିଦନଗର, ନୟାପଲ୍ଲୀ, ଝାରପଡ଼ା, ବୋମିଖାଲ ଓ ପୁରୁଣା ଷ୍ଟେସନ ବଜାର ଭଳି ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ଏଥର ଆକର୍ଷଣୀୟ ତୋରଣ ଓ ଚିତ୍ତାକର୍ଷକ ଆଲୋକମାଳା ସଜାଯାଇଛି। ସନ୍ଧ୍ୟା ଆରତୀ ସମୟରେ ମା’ଙ୍କର ମନୋରମ ରୂପ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ୁଛନ୍ତି।

ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପୋଲିସ ପ୍ରଶାସନ ଓ ପୂଜା କମିଟିଗୁଡ଼ିକ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍, ସିସିଟିଭି ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଗାମୀ କେଇଦିନ ଯାଏଁ ରାଜଧାନୀରେ ଏହି ପୂଜା ଆବହୋୱା ଓ ଉତ୍ସବର ମାହୋଲ ଜାରି ରହିବ।

 

Leave a Reply

Your email address will not be published. Required fields are marked *