Water Levels Rise at Mundali, Embankments Under Watch/ମହାନଦୀରେ ୪ର୍ଥ ବନ୍ୟା: ତଳିଆ ଅଞ୍ଚଳରେ ପଶିପାରେ ପାଣି, ସଜାଗ ପ୍ରଶାସନ

Flood Water in Munadali
ମହାନଦୀ ଅବବାହିକାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ ଏବଂ ଉପରମୁଣ୍ଡରେ କ୍ରମାଗତ ପ୍ରବଳ ବର୍ଷା ଯୋଗୁଁ ହିରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରୁଛନ୍ତି।
ଫଳରେ ତଳିଆ ଅଞ୍ଚଳରେ ଥିବା କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ନୟାଗଡ଼ ଭଳି ଜିଲ୍ଲାଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି। କଟକର ମୁଣ୍ଡଳୀ ନିକଟରେ ପ୍ରାୟ ୭ରୁ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ବଡ଼ ଧରଣର ବନ୍ୟାର ଆଶଙ୍କା ନଥିଲେ ବି ବାଙ୍କୀ, ଆଠଗଡ଼, କାକଟପୁର, କାଣାସ ଏବଂ କୁଜଙ୍ଗ ପରି ତଳିଆ ଅଞ୍ଚଳରେ ପାଣି ପଶିବା ସହ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ।
ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀବନ୍ଧଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା ସହ ODRAF ଓ ନିଆଁଲିଭା ବାହିନୀକୁ ଆଗୁଆ ମୁତୟନ କରାଯାଇଛି। ଆଗାମୀ ଦିନରେ ବର୍ଷା କମିବା ପୂର୍ବାନୁମାନ ଥିବାରୁ ବନ୍ୟା ସ୍ଥିତି ଶୀଘ୍ର ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *