Renowned Neurosurgeon Padma Shri Dr. Ashok Mahapatra Passes Away/ଆରପାରିରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର: ଚିକିତ୍ସା ଜଗତରେ ଗଭୀର ଶୋକ

Renowned Neurosurgeon Padma Shri Dr. Ashok Mahapatra Passes Away
ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ, ଚିକିତ୍ସା ଜଗତରେ ଶୋକର ଛାୟା
ଓଡ଼ିଶାର ଗୌରବ, ବିଶିଷ୍ଟ ନ୍ୟୁରୋସର୍ଜନ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି| ସୋମବାର ରାତି ପ୍ରାୟ ୯:୧୫ ସମୟରେ ନୂଆଦିଲ୍ଲୀ ଏମ୍ସ (AIIMS) ଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି| ମସ୍ତିଷ୍କାଘାତ (Brain Stroke) ପରେ ସେ ଗୁରୁତର ଅସୁସ୍ଥ ହୋଇ ସେଠାରେ ଭର୍ତ୍ତି ହୋଇଥିଲେ|
ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଯୋଗଦାନ:
  • ଯୋଡ଼ା ମୁଣ୍ଡ ଅସ୍ତ୍ରୋପଚାର: ୨୦୧୭ ମସିହାରେ ନୂଆଦିଲ୍ଲୀ ଏମ୍ସରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ‘ଜଗା-କାଲିଆ’ଙ୍କର ସଫଳ ସର୍ଜରୀ କରି ସେ ସାରା ଦେଶରେ ଇତିହାସ ରଚିଥିଲେ।
  • ନେତୃତ୍ୱ ଓ ସେବା: ସେ ଭୁବନେଶ୍ୱର ଏମ୍ସର ସଂସ୍ଥାପକ ନିର୍ଦ୍ଦେଶକ, ଲକ୍ଷ୍ନୌ SGPGIMS ର ନିର୍ଦ୍ଦେଶକ ଏବଂ ‘ସୋଆ’ (SOA) ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସେବା ଯୋଗାଇ ଦେଇଥିଲେ।
  • ସମ୍ମାନ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ‘ପଦ୍ମଶ୍ରୀ’ ଏବଂ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ‘ସି.ଭି. ରମଣ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।
ତାଙ୍କ ବିୟୋଗରେ ଡାକ୍ତରୀ ପ୍ରତିଷ୍ଠାନ, ଶିକ୍ଷାବିତ୍‌ ଏବଂ ସମଗ୍ର ଓଡ଼ିଶାରେ ଗଭୀର ଶୋକପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *