UCC Rollout: 21 NDA States Target Implementation Before 2029/୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ସବୁ NDA ଶାସିତ ରାଜ୍ୟରେ ଲାଗୁ ହେବ UCC: ଅମିତ ଶାହ

୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସବୁ NDA ଶାସିତ ରାଜ୍ୟରେ ଲାଗୁ ହେବ UCC: ଅମିତ ଶାହ
୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ସମସ୍ତ NDA (ବିଜେପି ନେତୃତ୍ୱାଧୀନ) ଶାସିତ ୨୧ଟି ରାଜ୍ୟରେ ‘ସମାନ ନାଗରିକ ସଂହିତା’ UCC (Uniform Civil Code) ଲାଗୁ କରାଯିବ। ମୁମ୍ବାଇରେ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ ଗୃହମନ୍ତ୍ରୀ ଅମିତ ଶାହ ଏହି ବଡ଼ ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ, ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ନିୟମ ସମସ୍ତ ଧର୍ମର ଲୋକଙ୍କ ପାଇଁ ସମାନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଉତ୍ତରାଖଣ୍ଡ, ଗୁଜରାଟ ଏବଂ ଆସାମ ଭଳି କେତେକ ରାଜ୍ୟରେ ଏହା ମଧ୍ୟରେ ଏହି ଆଇନ ଆସିସାରିଛି। ତେବେ ଜନଜାତି ବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ସେମାନଙ୍କୁ ଏହି ଆଇନରୁ ବାଦ୍ ଦିଆଯିବ।
  • ବର୍ତ୍ତମାନର ବ୍ୟବସ୍ଥା: ଏବେ ଭାରତରେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର (ସମ୍ପତ୍ତି ଅଧିକାର) ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ନିଜସ୍ୱ ବ୍ୟକ୍ତିଗତ ମାମଲାଗୁଡ଼ିକ (Personal Laws) ଅଲଗା ଅଲଗା ଧର୍ମର ନିୟମ ଅନୁସାରେ ପରିଚାଳିତ ହୁଏ।

  • UCC ଲାଗୁ ହେଲେ: ଧର୍ମ, ଜାତି, ଲିଙ୍ଗ ନିର୍ବିଶେଷରେ ଭାରତର ସମସ୍ତ ନାଗରିକଙ୍କ ପାଇଁ ଏହି ସବୁ ବ୍ୟକ୍ତିଗତ ବିଷୟରେ ଗୋଟିଏ ନିୟମ ଓ ଆଇନ ଲାଗୁ ହେବ।

Leave a Reply

Your email address will not be published. Required fields are marked *