କ୍ୟାପଟେନ୍ ସ୍ମିତ୍ ମାଚ୍ଛାରଙ୍କ ସାହସିକତାକୁ ବାଲୁକା କଳା ମାଧ୍ୟମରେ ସଲାମ୍: ପୁରୀ ବେଳାଭୂମିରୁ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା
ପୁରୀ : ବିମାନ ଦୁର୍ଘଟଣା ଏବଂ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଅସାଧାରଣ ସାହସିକତାର ପରିଚୟ ଦେଇଥିବା ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚ୍ଛାରଙ୍କୁ (Captain Smit Machchhar) ସାରା ଦେଶ ସଲାମ୍ କରୁଛି। ଏହି ଅବସରରେ ପୁରୀର ପ୍ରସିଦ୍ଧ ବେଳାଭୂମିରେ ବାଲୁକା କଳା (Sand Art) ମାଧ୍ୟମରେ କ୍ୟାପଟେନ୍ ସ୍ମିତ୍ଙ୍କ ବୀରତ୍ୱ ଓ ତ୍ୟାଗକୁ ଗଭୀର ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଯାଇଛି।
ବାଲୁକା ଶିଳ୍ପୀ ସମୁଦ୍ରକୂଳରେ ବାଲିରେ କ୍ୟାପଟେନ୍ ସ୍ମିତ୍ଙ୍କ ଏକ ଆକର୍ଷଣୀୟ ପ୍ରତିକୃତି ନିର୍ମାଣ କରି “Get Well Soon” (ଶୀଘ୍ର ଆରୋଗ୍ୟ ହୁଅନ୍ତୁ) ର ସନ୍ଦେଶ ଦେଇଛନ୍ତି। ବାଲୁକା କଳାଟିକୁ ଦେଖିବା ପାଇଁ ବେଳାଭୂମିରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ସମସ୍ତେ କ୍ୟାପଟେନ୍ଙ୍କ ଆଶୁ ଆରୋଗ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ପାଇଁ ସମୁଦ୍ରକୂଳରେ ପ୍ରାର୍ଥନା କରିଛନ୍ତି।
ଆପଦା ସମୟରେ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ କ୍ୟାପଟେନ୍ ସ୍ମିତ୍ ଯେଉଁ ନିଷ୍ଠା ଓ ସାହସ ଦେଖାଇଛନ୍ତି, ତାହା ସାରା ଦେଶ ପାଇଁ ଏକ ବଡ଼ ପ୍ରେରଣା।



