No More ‘Health Drink’: Bournvita Maker Acts Following Strict FSSAI Notice/’ହେଲ୍‌ଥ ଡ୍ରିଙ୍କ୍’ ଦାବି ଉପରେ ରୋକ୍: ବୋର୍ନଭିଟା ସହ ୧୫୦ଟି କମ୍ପାନୀକୁ FSSAI ର ସମନ..

ବୋର୍ନଭିଟା ମାମଲା: ଫୁଡ୍ ସେଫ୍ଟି ସଂସ୍ଥାର କଡ଼ା ନୋଟିସ୍ ପରେ ଚେତିଲା କମ୍ପାନୀ

ନୂଆଦିଲ୍ଲୀ:
ଖାଦ୍ୟ ସାମଗ୍ରୀରେ ମିଛ ଓ ଦ୍ୱନ୍ଦପୂର୍ଣ୍ଣ ପ୍ରଚାର ବିରୋଧରେ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥୋରିଟି ଅଫ୍ ଇଣ୍ଡିଆ (FSSAI) କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଫୁଡ୍ ସେଫ୍ଟି ସଂସ୍ଥାର ନୋଟିସ୍ ପରେ ଏବେ ବୋର୍ନଭିଟା ତିଆରି କରୁଥିବା କମ୍ପାନୀ ‘ମୋଣ୍ଡେଲେଜ୍ ଇଣ୍ଡିଆ’ ନିଜର କିଛି ଦାବି ଓ ବିଜ୍ଞାପନକୁ ହଟାଇବାକୁ ବାଧ୍ୟ ହୋଇଛି।
ବୋର୍ନଭିଟାରେ ଅତ୍ୟଧିକ ଶର୍କରା (ଚିନି) ପରିମାଣ ଏବଂ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ କରାଯାଉଥିବା ଦାବି ଉପରେ ଗତ ୨୦୨୩ ମସିହାରେ ବଡ଼ ବିବାଦ ଦେଖାଦେଇଥିଲା। ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ହେବା ପରେ ଶିଶୁ ଅଧିକାର ସୁରକ୍ଷା କମିଶନ (NCPCR) ଏବଂ ଫୁଡ୍ ସେଫ୍ଟି ସଂସ୍ଥା ଏହା ଉପରେ ନଜର ରଖିଥିଲେ।
ଏହାପରେ ସରକାର ସମସ୍ତ ଇ-କମର୍ସ ୱେବସାଇଟ୍‌ଗୁଡ଼ିକୁ ବୋର୍ନଭିଟା ଭଳି ପାନୀୟକୁ ‘ହେଲ୍‌ଥ ଡ୍ରିଙ୍କ୍’ (Health Drink) କ୍ୟାଟେଗୋରୀରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ ଆମ ଦେଶର ଖାଦ୍ୟ ସୁରକ୍ଷା ଆଇନରେ ‘ହେଲ୍‌ଥ ଡ୍ରିଙ୍କ୍’ ବୋଲି କୌଣସି ଶବ୍ଦର ସଂଜ୍ଞା ନାହିଁ।
କେବଳ ବୋର୍ନଭିଟା ନୁହେଁ, ଗ୍ରାହକଙ୍କୁ ଭ୍ରମିତ କରୁଥିବା ବିଜ୍ଞାପନ ଦେଉଥିବା ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ପ୍ରମୁଖ ଖାଦ୍ୟ ଓ ପାନୀୟ କମ୍ପାନୀକୁ FSSAI ନୋଟିସ୍ ଜାରି କରିଛି। ଆଗାମୀ ଦିନରେ ନିୟମ ଉଲ୍ଲଂଘନ କରୁଥିବା କମ୍ପାନୀଗୁଡ଼ିକ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *