No More ‘Health Drink’: Bournvita Maker Acts Following Strict FSSAI Notice/’ହେଲ୍‌ଥ ଡ୍ରିଙ୍କ୍’ ଦାବି ଉପରେ ରୋକ୍: ବୋର୍ନଭିଟା ସହ ୧୫୦ଟି କମ୍ପାନୀକୁ FSSAI ର ସମନ..

ବୋର୍ନଭିଟା ମାମଲା: ଫୁଡ୍ ସେଫ୍ଟି ସଂସ୍ଥାର କଡ଼ା ନୋଟିସ୍ ପରେ ଚେତିଲା କମ୍ପାନୀ ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀରେ ମିଛ ଓ ଦ୍ୱନ୍ଦପୂର୍ଣ୍ଣ ପ୍ରଚାର ବିରୋଧରେ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥୋରିଟି ଅଫ୍ ଇଣ୍ଡିଆ (FSSAI) କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଫୁଡ୍ ସେଫ୍ଟି ସଂସ୍ଥାର ନୋଟିସ୍ ପରେ ଏବେ ବୋର୍ନଭିଟା ତିଆରି କରୁଥିବା କମ୍ପାନୀ ‘ମୋଣ୍ଡେଲେଜ୍ ଇଣ୍ଡିଆ’ ନିଜର କିଛି ଦାବି ଓ ବିଜ୍ଞାପନକୁ ହଟାଇବାକୁ ବାଧ୍ୟ ହୋଇଛି। ବୋର୍ନଭିଟାରେ ଅତ୍ୟଧିକ ଶର୍କରା (ଚିନି) ପରିମାଣ…