Nagastra-1R Drones Inducted: Indian Army Gets 450 Precision Kamikaze Drones in Record Delivery/ସୀମାରେ ବଢ଼ିଲା ଭାରତର ବାହୁବଳ: ଶତ୍ରୁକୁ ଖୋଜି ଖୋଜି ମାରିବ ‘ନାଗାସ୍ତ୍ର-୧ଆର୍’..

ଭାରତୀୟ ସେନାକୁ ମିଳିଲା ବଡ଼ ଶକ୍ତି: ଏକାସାଙ୍ଗରେ ସାମିଲ ହେଲା ୪୫୦ଟି ସ୍ବଦେଶୀ ‘ନାଗାସ୍ତ୍ର-୧ଆର୍’ ଆତ୍ମଘାତୀ ଡ୍ରୋନ୍

ନୂଆଦିଲ୍ଲୀ:
ସୀମା ସୁରକ୍ଷା ଓ ଶତ୍ରୁକୁ କଡ଼ା ଜବାବ ଦେବା ଦିଗରେ ଭାରତୀୟ ସେନା ହାତରେ ଲାଗିଛି ଏକ ବଡ଼ ସଫଳତା। ନାଗପୁରର ବେସରକାରୀ ପ୍ରତିରକ୍ଷା କମ୍ପାନୀ ‘ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍‌’ (SDAL) ଠାରୁ ସେନା ଏକାସାଙ୍ଗରେ ୪୫୦ଟି ‘ନାଗାସ୍ତ୍ର-୧ଆର୍’ (Nagastra-1R) କାମିକାଜି (ସୁଇସାଇଡ୍) ଡ୍ରୋନ୍ ଗ୍ରହଣ କରିଛି। ଏହା ସେନା ପାଇଁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଡ୍ରୋନ୍ ସପ୍ଲାଏ ବୋଲି କୁହାଯାଉଛି।

ଏହି ଡ୍ରୋନ୍‌ର ବିଶେଷତ୍ୱ କ’ଣ?

  • ପିନ୍‌ପଏଣ୍ଟ୍ ଆଟାକ୍: ଏହି ଡ୍ରୋନ୍ ଶତ୍ରୁର ଆଡ୍ଡାକୁ ସଠିକ୍ ଭାବେ ଚିହ୍ନଟ କରି ନିମିଷକେ ଧ୍ୱଂସ କରିବାର କ୍ଷମତା ରଖେ।
  • ମିଶନ୍ ବାତିଲ୍ ଓ ଫେରିବା ସୁବିଧା: ସାଧାରଣ ଆତ୍ମଘାତୀ ଡ୍ରୋନ୍ ଥରେ ଲଞ୍ଚ୍ ହେଲେ ଧ୍ୱଂସ ହୋଇଯାଏ, କିନ୍ତୁ ନାଗାସ୍ତ୍ର-୧ଆର୍‌ରେ ‘ମିଶନ୍ ଆବୋର୍ଟ’ ସୁବିଧା ରହିଛି। ଯଦି ଶତ୍ରୁର ଲକ୍ଷ୍ୟ ସଠିକ୍ ନ ମିଳେ, ତେବେ ଏହାକୁ ପାରାସୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ପୁଣି ବ୍ୟବହାର କରାଯାଇପାରିବ।
  • ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ: ଏହି ଡ୍ରୋନ୍‌ର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଅଂଶ ଭାରତରେ ନିର୍ମିତ, ଯାହା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଆଉ ଏକ ଜ୍ୱଳନ୍ତ ଉଦାହରଣ।
ହିମାଚଳ ପ୍ରଦେଶର ସ୍ପେଶାଲ ଫୋର୍ସେସ୍ ଟ୍ରେନିଂ ସ୍କୁଲ୍‌ରେ କଠିନ ପରୀକ୍ଷଣ ପରେ ଏହି ଡ୍ରୋନ୍‌ଗୁଡ଼ିକୁ ସେନାରେ ସାମିଲ କରାଯାଇଛି। ନାଗାସ୍ତ୍ର-୧ଆର୍‌ର ଆଗମନ ଦ୍ୱାରା ଦୁର୍ଗମ ସୀମାନ୍ତ ଅଞ୍ଚଳଗୁଡ଼ିକରେ ଭାରତୀୟ ସେନାର ଆକ୍ରମଣାତ୍ମକ କ୍ଷମତା ଆହୁରି ମଜବୁତ୍ ହେବ।

Leave a Reply

Your email address will not be published. Required fields are marked *