Anupam Kher is Jatayu in Nitesh Tiwari’s ‘Ramayana’! First Look Poster Out Now/ଜଟାୟୁ ଭୂମିକାରେ ଅନୁପମ ଖେର, ରିଲିଜ୍ ହେଲା ‘ରାମାୟଣ’ର ‘The Wings of Dharma’ ପୋଷ୍ଟର

ନିତେଶ ତିବାରୀଙ୍କ ‘ରାମାୟଣ’: ଜଟାୟୁ ଭୂମିକାରେ ନଜର ଆସିବେ ଅନୁମପ ଖେର,ସାମ୍ନାକୁ ଆସିଲା ଶକ୍ତିଶାଳୀ ପୋଷ୍ଟର

ବଲିଉଡର ମେଗା-ବଜେଟ୍ ଏବଂ ବହୁପ୍ରତୀକ୍ଷିତ ସିନେମା ନିତେଶ ତିବାରୀଙ୍କ ‘ରାମାୟଣ’ (Ramayana) କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ମେକର୍ସମାନେ ଫିଲ୍ମର ଆଉ ଏକ ନୂଆ ଏବଂ ଜମକାଉଥିବା ପୋଷ୍ଟର ରିଲିଜ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଏଥର ଫିଲ୍ମରୁ ରାମାୟଣର ଏକ ଅତି ମହତ୍ତ୍ୱପୂର୍ଣ୍ଣ ଓ ଭାବପ୍ରବଣ ପାତ୍ର ‘ଜଟାୟୁ’ ର ପୋଷ୍ଟର ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା ହେଉଛି, ଏହି ମହାନ ପକ୍ଷୀରାଜ ଜଟାୟୁଙ୍କୁ ନିଜର ଶକ୍ତିଶାଳୀ ଓ ଓଜସ୍ୱନୀ କଣ୍ଠଦାନ କରିଛନ୍ତି ବରିଷ୍ଠ ଅଭିନେତା ଅନୁମପ ଖେର (Anupam Kher)।
“The Wings of Dharma” (ଧର୍ମର ପକ୍ଷ) ଶୀର୍ଷକରେ ଜାରି ହୋଇଥିବା ଏହି ପୋଷ୍ଟରରେ ଜଟାୟୁଙ୍କ ଆଖିର ତୀକ୍ଷ୍ଣ ଚାହାଣୀ ଏବଂ ବିଶାଳ ପକ୍ଷର ଦୃଶ୍ୟ ବେଶ୍ ପ୍ରଭାବଶାଳୀ ଦେଖାଯାଉଛି। ପୋଷ୍ଟର ସହ ମେକର୍ସମାନେ ଏକ ସୁନ୍ଦର କ୍ୟାପସନ୍ ମଧ୍ୟ ଲେଖିଛନ୍ତି— “ଯେବେ ଅଧର୍ମେ ଉଡ଼ାଣ ଭରିଲା, ସାହସ ସେତେବେଳେ ତା’ର ମୁକାବିଲା କରିବାକୁ ଆଗେଇ ଆସିଥିଲା। ସେ ବିଜୟ ପାଇଁ ନୁହେଁ, ବରଂ ଠିକ୍ କଥା ପାଇଁ ଲଢ଼ିଥିଲେ।”
ଫିଲ୍ମର ଷ୍ଟାର୍ କାଷ୍ଟ ଏବଂ ରିଲିଜ୍ ତାରିଖ:
ଏହି ବିଶ୍ୱସ୍ତରୀୟ ପ୍ରୋଜେକ୍ଟରେ ରଣବୀର କପୁର (ଭଗବାନ ଶ୍ରୀରାମ), ସାଇ ପଲ୍ଲବୀ (ମାତା ସୀତା), ଏବଂ ୟଶ (ରାବଣ) ଭଳି ହେଭିୱେଟ୍ କଳାକାରମାନେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାଛଡ଼ା ସନ୍ନି ଦେଓ୍ୱାନ (ହନୁମାନ) ଏବଂ ରବି ଦୁବେ (ଲକ୍ଷ୍ମଣ)ଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରୋଲ୍ରେ ଦେଖିବାକୁ ମିଳିବ।
ମିଳିଥିବା ସୂଚନା ଅନୁଯାୟୀ, ଏହି ସିନେମାର ପ୍ରଥମ ଭାଗ (Part 1) ଆସନ୍ତା ୫ ନଭେମ୍ବର 2026 ରେ ବିଶ୍ୱବ୍ୟାପୀ ସିନେମାଘରମୁଖା ହେବ ଏବଂ ଦ୍ୱିତୀୟ ଭାଗଟି 2027 ଦୀପାବଳିରେ ରିଲିଜ୍ ହେବାର ଯୋଜନା ରହିଛି। ହିନ୍ଦୀ ବ୍ୟତୀତ ଏହା ତାମିଲ, ପାଣତେଲୁ, କନ୍ନଡ ଏବଂ ମାଲାୟାଲମ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ଜଟାୟୁ ଭୂମିକାରେ ଅନୁମପ ଖେରଙ୍କ ଏହି ଏଣ୍ଟ୍ରି ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି।

Leave a Reply

Your email address will not be published. Required fields are marked *