Kannada Sleeper Hit ‘Premada Oorali’ Earns 17x Its Budget, Crosses Rs 43 Crore at Box Office in Just 16 Days/୨.୫ କୋଟିର ସିନେମା, ୧୬ ଦିନରେ କମାଇଲା ୪୩ କୋଟିରୁ ଅଧିକ! ବକ୍ସ ଅଫିସରେ ଧମକାଉଛି କନ୍ନଡ ସ୍ଲିପର୍ ହିଟ୍ ‘ପ୍ରେମଦ ଓରାଲି’

୨.୫ କୋଟିର ବଜେଟ୍, ଆଉ ୧୬ ଦିନରେ କମାଇଲା ୧୭ ଗୁଣା ଅଧିକ; ବକ୍ସ ଅଫିସରେ ଧମକାଉଛି କନ୍ନଡ ସ୍ଲିପର୍ ହିଟ୍ ‘ପ୍ରେମଦ ଓରାଲି’

ବକ୍ସ ଅଫିସରେ ଏକପ୍ରକାର ଚମତ୍କାର କରିଛି କନ୍ନଡ଼ ଚଳଚ୍ଚିତ୍ର ‘ପ୍ରେମଦ ଓରାଲି’ (Premada Oorali)। ମାତ୍ର ସାଢ଼େ ଦୁଇ କୋଟି ଟଙ୍କାର ମଧ୍ଯମ ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ସିନେମାଟି ମାତ୍ର ୧୬ ଦିନ ଭୀତରେ ନିଜ ନିର୍ମାଣ ଖର୍ଚ୍ଚଠାରୁ ପ୍ରାୟ ୧୭ ଗୁଣା ଅଧିକ ଆୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମନୋଜ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାର ଆରମ୍ଭଟି ବହୁତ ସାଧାରଣ ଥିଲା। ମୁକ୍ତିଲାଭ କରିଥିବା ପ୍ରଥମ ଦିନରେ ଏହା ମାତ୍ର ୬୦ଟି ଶୋ’ ପାଇଥିଲା ଏବଂ ମାତ୍ର ୯ ଲକ୍ଷ ଟଙ୍କା ଆୟ କରିଥିଲା। କିନ୍ତୁ ଦର୍ଶକଙ୍କ ଭଲ ପାଇବା ଓ ଦୃଢ଼ ‘ମାଉଥ୍ ପବ୍ଲିସିଟି’ (ଲୋକମୁଖର ପ୍ରଚାର) ଯୋଗୁଁ ଏହି ସିନେମାର ଭାଗ୍ୟ ବଦଳିଯାଇଥିଲା।
ଦିନକୁ ଦିନ ସିନେମାଟିର କ୍ରେଜ୍ ଏପରି ବଢ଼ିଲା ଯେ, ସମଗ୍ର ଭାରତରେ ଏହାର ପ୍ରଦର୍ଶନ ଓ ସଂଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଲା। ରିପୋର୍ଟ ମୁତାବକ, ୧୫ ଦିନ ମଧ୍ୟରେ ଏହି ସିନେମାର ଶୋ’ ସଂଖ୍ୟା ୧,୧୭୮କୁ ବୃଦ୍ଧି ପାଇଥିଲା ଏବଂ କେବଳ ଦିନକରେ ଏହା ପ୍ରାୟ ୪.୫ କୋଟି ଟଙ୍କା ଆୟ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହାର ମୋଟ ଭାରତୀୟ ଗ୍ରସ୍ କଲେକ୍ଷନ୍ ପ୍ରାୟ ୪୩.୪୫ କୋଟି ଟଙ୍କାରୁ ଅଧିକ ହୋଇଛି।
କମ୍ ବଜେଟର ସିନେମା ହେଲେ ମଧ୍ୟ ଦର୍ଶକଙ୍କ ସମର୍ଥନ ପାଇଲେ ଯେ ବକ୍ସ ଅଫିସରେ ବଡ଼ ଚମତ୍କାର ହୋଇପାରେ, ‘ପ୍ରେମଦ ଓରାଲି’ ତାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି।

Leave a Reply

Your email address will not be published. Required fields are marked *