ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ହଟାଇବା ପାଇଁ କେରଳ ବିଧାନସଭାରେ ସଂକଳ୍ପ ପାରିତ; ଦେଶର ପ୍ରଥମ ରାଜ୍ୟ ଭାବେ ଇତିହାସ ରଚିଲା
ତିରୁବନନ୍ତପୁରମ୍:
ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ କେରଳ ବିଧାନସଭାରେ ଗୋଟିଏ ବଡ଼ ପ୍ରସ୍ତାବ ପାରିତ ହୋଇଛି। ଏହିପରି ସଂକଳ୍ପ ଗ୍ରହଣ କରିବାରେ କେରଳ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି।ସଦ୍ୟତମ ଭୋଟର ତାଲିକା ସଂଶୋଧନ (SIR) ସମୟରେ ଅନେକ ଯୋଗ୍ୟ ଭୋଟରଙ୍କ ନାମ ହଟିଯାଇଥିବା ନେଇ ବିରୋଧୀ ଓ ଶାସକ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାର ଏହି ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ପଦବୀରୁ ହଟାନ୍ତୁ ବୋଲି ବିଧାନସଭାରେ ସର୍ବସମ୍ମତିକ୍ରମେ ସଂକଳ୍ପ ଗୃହୀତ ହୋଇଛି।
ଏହା ସହିତ ନିର୍ବାଚନ କମିଶନରଙ୍କୁ ଚୟନ କରୁଥିବା କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟଙ୍କ ପ୍ରତିନିଧି/ମୁଖ୍ୟ ବିଚାରପତିଙ୍କୁ ସାମିଲ କରି ପୁନର୍ଗଠନ କରିବାକୁ ବିଧାନସଭା ଦାବି କରିଛି।
ସମ୍ବିଧାନ ଅନୁଯାୟୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ କେବଳ ସଂସଦରେ ମହାଭିଯୋଗ (Impeachment) ପ୍ରକ୍ରିୟା ଦ୍ୱାରା ହିଁ ହଟାଯାଇପାରିବ। ତେବେ ରାଜ୍ୟ ବିଧାନସଭାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କ ଉପରେ ବଡ଼ ରାଜନୈତିକ ଚାପ ସୃଷ୍ଟି କରିଛି।



