₹9 Crore Gold Seizure Exposes Major Highway Surveillance Gaps in Odisha/୯ କୋଟିର ସୁନା ଜବତ: ଓଡ଼ିଶାର ହାଇୱେ ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ

୯ କୋଟିର ସୁନା ଜବତ: ଓଡ଼ିଶାର ହାଇୱେ ଓ ସୀମାନ୍ତ ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ

ଭୁବନେଶ୍ୱର:
କୋଲକାତାରୁ ହାଇଦ୍ରାବାଦ ବୋହା ହେଉଥିବା ପ୍ରାୟ ୯ କୋଟି ଟଙ୍କା (୫.୮୩ କିଲୋ) ମୂଲ୍ୟର ବିଦେଶୀ ସୁନାକୁ ‘ଡିଆରଆଇ’ (DRI) ଜବତ କରିବା ପରେ ଏବେ ରାଜ୍ୟର ସୁରକ୍ଷା ଓ ଚେକପୋଷ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଂଲାଦେଶ ସୀମାରୁ ଚୋରା ଚାଲାଣ ହୋଇ ଆସିଥିବା ଏହି ସୁନା ଓଡ଼ିଶାର ପ୍ରାୟ ୪୫୦ କିଲୋମିଟର ରାଜପଥ ଦେଇ ବିନା ଆସୁବିଧାରେ ପାର୍ ହୋଇଯାଇଥିଲେ,ଆଶ୍ଚର୍ଯ୍ୟ କଥା କି  ସ୍ଥାନୀୟ ପୋଲିସ କିମ୍ବା ସୁରକ୍ଷା ଏଜେନ୍ସିର ନଜରକୁ ଆସିନଥିଲା ।
କାର ଭିତରେ ଗୁପ୍ତ ଚାମ୍ବର:
ମାଫିଆମାନେ ଅତ୍ୟନ୍ତ ଚତୁରତାର ସହ କାରର ସାମ୍ନା ସିଟ୍‌ (ଫୁଟରେଷ୍ଟ) ତଳେ ଏକ ସ୍ୱତନ୍ତ୍ର ଗୁପ୍ତ ଚାମ୍ବର ତିଆରି କରି ସୁନା ବିସ୍କୁଟ୍ ଲୁଚାଇ ନେଉଥିଲେ । ବିଶାଖାପାଟଣା ନିକଟରେ DRI ଟିମ୍ ଗାଡ଼ିକୁ କାବୁ କରିବା ପରେ ଏହି ସଫଳତା ମିଳିଛି ।
ସୁରକ୍ଷାରେ କାହିଁକି ରହୁଛି ଗ୍ରାପ୍?
ଏହି ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ଯେ, ଚୋରା ଚାଲାଣକାରୀମାନେ ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥକୁ ଗୋଟିଏ ‘ସୁରକ୍ଷିତ କରିଡର’ ଭାବେ ବ୍ୟବହାର କରୁଛନ୍ତି।
  • ଆଧୁନିକ ସ୍କାନରର ଅଭାବ: ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ଓ ଚେକପୋଷ୍ଟଗୁଡ଼ିକରେ ଗାଡ଼ି ଯାଞ୍ଚ ପାଇଁ ଆଧୁନିକ X-Ray ବା ସ୍ୱତନ୍ତ୍ର ସ୍କାନର ବ୍ୟବସ୍ଥା ନାହିଁ।
  • ଗୁପ୍ତଚର ସୂଚନାର ଅଭାବ: କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଗୁପ୍ତ ସୂଚନା ଆଧାରରେ ରେଡ୍ କରୁଥିବା ବେଳେ ସ୍ଥାନୀୟ ସ୍ତରରେ ସାଧାରଣ ଯାଞ୍ଚ ପ୍ରକ୍ରିୟାରେ ଏଭଳି ହାଇ-ଟେକ୍ ଚୋରା ଚାଲାଣ ଧରାପଡ଼ିବା କଷ୍ଟକର ହୋଇପଡ଼ୁଛି।
ଅନ୍ତର୍ଜାତୀୟ ଚୋରା ଚାଲାଣକାରୀ ଗ୍ୟାଙ୍ଗଗୁଡ଼ିକ ଏବେ ଗାଡ଼ିର ମୋଡିଫିକେସନ୍ କରି ବିଭିନ୍ନ ବେଆଇନ ଜିନିଷ ସୀମା ପାର୍ କରାଉଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାର ହାଇୱେ ଓ ଭିତର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ଏବଂ ଆଧୁନିକୀକରଣ କରିବାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି।

Leave a Reply

Your email address will not be published. Required fields are marked *