ଇଣ୍ଡିଆନ୍ ଇଣ୍ଡିପେଣ୍ଡେଣ୍ଟ୍ ଫିଲ୍ମ ଫେଷ୍ଟିଭାଲ୍ରେ ‘ଗଣ୍ଡ ଭୈରବ’ର କମାଲ୍: ହାତେଇଲା ୧୩ଟି ପ୍ରସିଦ୍ଧ ପୁରସ୍କାର
ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ବଡ଼ ଖୁସି ଓ ଗର୍ବର ଖବର। ସମ୍ମାନଜନକ ‘ଇଣ୍ଡିଆନ୍ ଇଣ୍ଡିପେଣ୍ଡେଣ୍ଟ୍ ଫିଲ୍ମ ଫେଷ୍ଟିଭାଲ୍’ (Indian Independent Film Festival)ରେ ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ (Ganda Bhairav) ସଫଳତାର ନୂଆ ଇତିହାସ ରଚିଛି। ଫିଲ୍ମଟି ଏକାସାଙ୍ଗରେ ୧୩ଟି ପ୍ରସିଦ୍ଧ ପୁରସ୍କାର ଜିତି ଓଡ଼ିଶା ତଥା ଓଡ଼ିଆ ସିନେମାର ନାଁକୁ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରିଛି।
ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏବଂ ରମେଶ ବାରିକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ନିଜର ଦମଦାର୍ କାହାଣୀ, ଆବେଗପୂର୍ଣ୍ଣ ଆବୋହବା ଓ କଳାକାରମାନଙ୍କ ଜୀବନ୍ତ ଅଭିନୟ ପାଇଁ ବିଚାରକମାନଙ୍କ ମନ ଜିଣିବାରେ ସଫଳ ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଦେବାଶିଷ ପାତ୍ର ଓ ଶିବାନୀ ସଙ୍ଗୀତା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଫିଲ୍ମଟିକୁ ଏତେ ସଂଖ୍ୟକ ବିଭାଗରେ ପୁରସ୍କାର ମିଳିବା ପରେ ସିନେମାର ପୂରା ଟିମ୍ ବହୁତ ଉତ୍ସାହିତ ଅଛନ୍ତି। ଓଡ଼ିଆ ସିନେମା ପ୍ରେମୀ ଏବଂ ଶିଳ୍ପୀମାନେ ‘ଗଣ୍ଡ ଭୈରବ’ ଟିମ୍କୁ ଶୁଭେଚ୍ଛାର ସୁଅ ଛୁଟାଉଛନ୍ତି। ଏହି ସଫଳତା ଆଗାମୀ ଦିନରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ଆଗକୁ ନେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

