Bhubaneswar Murder: 21-Year-Old Tapan Nahak Shot Dead Over Suspected Business Rivalry/ରାଜଧାନୀରେ ବ୍ୟବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ! ବଚସା ପରେ ଯୁବକଙ୍କୁ ଗୁଳି କରି ହତ୍ୟା

Bhubaneswar Shooting: 21-Year-Old Tapan Nahak Shot Dead Over Business Rivalry

ଭୁବନେଶ୍ୱରରେ ଗୁଳିକାଣ୍ଡ: ୨୧ ବର୍ଷୀୟ ଯୁବକ ତପନ ନାହାକଙ୍କ ମୃତ୍ୟୁ, ବ୍ୟବସାୟିକ ଶତ୍ରୁତା ସନ୍ଦେହ, ୨ ଅଟକ

ଭୁବନେଶ୍ୱର[News Ishot]: ରାଜଧାନୀ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଚସାରୁ ଗୁଳିକାଣ୍ଡ ଘଟି ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ତପନ ନାହାକ ବୋଲି ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ବଚସା ଉଗ୍ରରୂପ ନେବାରୁ ଗୁଳିଚାଳନା ହୋଇଥିଲା, ଯେଉଁଥିରେ ତପନ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପ୍ରାଥମିକ ତଦନ୍ତରୁ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଘଟଣାର ପୂରା ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *