Chaos in Brazil: 51 Red Cards Shown in U-20 Match, Sets World Record/ଫୁଟବଲ୍ ପଡ଼ିଆ ପାଲଟିଲା ରଣକ୍ଷେତ୍ର: ଗୋଟିଏ ମ୍ୟାଚ୍‌ରେ ୫୧ ରେଡ୍ କାର୍ଡ ଦେଖାଇ ବିଶ୍ବ ରେକର୍ଡ

51 red cards shown in chaotic Brazil U20 football match Mamore vs Uberlandia

News Inshot:

ବ୍ରାଜିଲର ଏକ ଅଣ୍ଡର-୨୦ ଫୁଟବଲ ମ୍ୟାଚ୍‌ରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମାମୋରେ (Mamore) ଏବଂ ଉବେରଲାଣ୍ଡିଆ (Uberlandia) ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୋଟିଏ କି ଦୁଇଟି ନୁହେଁ, ବରଂ ସମୋଟ ୫୧ଟି ରେଡ୍ କାର୍ଡ (Red Cards) ଜାରି କରାଯାଇ ବିଶ୍ବ ରେକର୍ଡ ସୃଷ୍ଟି ହୋଇଛି। ହିଂସା ଏବଂ ଗୋଷ୍ଠୀ ସଂଘର୍ଷ ଯୋଗୁଁ ମ୍ୟାଚ୍‌ଟି ୬୦ ମିନିଟ୍ ହେବା ପୂର୍ବରୁ ହିଁ ବାତିଲ କରିବାକୁ ପଡ଼ିଥିଲା।

ମ୍ୟାଚ୍‌ରେ ମାମୋରେ ଦଳ ଗୋଲ୍ ସ୍କୋର କରିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଉତ୍ସବ ପାଳନ କରୁଥିବା ଖେଳାଳିଙ୍କ ସହ ଉବେରଲାଣ୍ଡିଆର ଗୋଲକିପିଂ କୋଚ୍ ମୁହାଁମୁହିଁ ହେବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଉଭୟ ଦଳର ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ କୋଚିଂ ଟିମ୍ ପରସ୍ପର ସହ ଧକ୍କାମୁକି ଓ ମାରପିଟ୍‌ରେ ଲିପ୍ତ ହୋଇପଡ଼ିଥିଲେ। ରେଫରୀ ବିଶୃଙ୍ଖଳାକୁ ରୋକିବା ପାଇଁ ଏତେ ସଂଖ୍ୟକ ରେଡ୍ କାର୍ଡ ଦେଖାଇବାକୁ ବାଧ୍ୟ ହୋଇଥିଲେ।

Leave a Reply

Your email address will not be published. Required fields are marked *