Border Tensions Flare: Kotia Residents Ignore Restrictions to Participate in Andhra Polls/କୋଟିଆରେ ଫେଲ୍ ପ୍ରଶାସନିକ ବ୍ୟାରିକେଡ୍: ଆନ୍ଧ୍ର ନିର୍ବାଚନରେ ମତଦାନ କଲେ ଓଡ଼ିଶାବାସୀ..


କୋରାପୁଟ / News Inshot :
ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ପଞ୍ଚାୟତରେ ପୁଣି ସାମ୍ନାକୁ ଆସିଛି ପ୍ରଶାସନିକ ବିଫଳତା। ସୀମାରେ ପୁଲିସର କଡ଼ା ପାଟ୍ରୋଲିଂ ଏବଂ ରାସ୍ତା ସିଲ୍ ସତ୍ତ୍ୱେ ଆନ୍ଧ୍ର ନିର୍ବାଚନରେ ସାମିଲ ହୋଇଛନ୍ତି କୋଟିଆବାସୀ। ଓଡ଼ିଶା ପ୍ରଶାସନର ସମସ୍ତ କଟକଣା ଓ ଯୋଜନାକୁ ପଛରେ ପକାଇ ସ୍ଥାନୀୟ ଲୋକେ ଆନ୍ଧ୍ରପ୍ରଦେଶରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।


ରାତିଅଧରେ ଲୁଚି ପଳାଇଲେ ଭୋଟର
ସୂଚନା ଅନୁଯାୟୀ, ଆନ୍ଧ୍ର ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଶାସନ ପକ୍ଷରୁ କୋଟିଆକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକରେ ବ୍ୟାରିକେଡ୍ ପକାଯାଇ ରାସ୍ତା ସିଲ୍ କରାଯାଇଥିଲା। ପୁଲିସ ମଧ୍ୟ ବିଭିନ୍ନ ଛକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା। ହେଲେ ନିର୍ବାଚନ ପୂର୍ବ ରାତିରେ ସ୍ଥାନୀୟ କିଛି ଲୋକ ଲୁଚି ଲୁଚି ଜଙ୍ଗଲ ଓ କଚ୍ଛା ରାସ୍ତା ଦେଇ ଆନ୍ଧ୍ରପ୍ରଦେଶ ସୀମା ଭିତରକୁ ପଶିଯାଇଥିଲେ।


ପ୍ରଶାସନିକ ଚେଷ୍ଟା ଫେଲ୍‌
କୋଟିଆବାସୀଙ୍କୁ ଆନ୍ଧ୍ର ନିର୍ବାଚନରୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଓ କଟକଣାମୂଳକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଭୋଟ ଗ୍ରହଣ ଦିନ ସକାଳୁ ସୀମାନ୍ତ ଆନ୍ଧ୍ର ବୁଥ୍‌ଗୁଡ଼ିକରେ କୋଟିଆ ଗ୍ରାମବାସୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା।
ସୀମା ବିବାଦ ଓ ସ୍ଥାୟୀ ସମାଧାନର ପ୍ରଶ୍ନ
କୋଟିଆ ଅଞ୍ଚଳରେ ଦୀର୍ଘ ଦିନରୁ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଆନ୍ଧ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସୁବିଧା ସୁଯୋଗ ଯୋଗୁଁ ସ୍ଥାନୀୟ ଲୋକେ ଆନ୍ଧ୍ର ପ୍ରତି ଆକୃଷ୍ଟ ହେଉଥିବା ଚର୍ଚ୍ଛା ହେଉଛି। ପ୍ରଶାସନିକ ନଜରବନ୍ଦୀ ସତ୍ତ୍ୱେ ଏଭଳି ଅନୁପ୍ରବେଶ ଓ ଭୋଟଦାନ ସୀମା ସୁରକ୍ଷା ଏବଂ ସ୍ଥାୟୀ ସମାଧାନ ଉପରେ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *