[In Pics] Bhubaneswar: Uncleaned Kuakhai Immersion artificial Ponds Spark Outrage; BMC Begins Emergency Cleanup/ଭସାଣି ପୂର୍ବରୁ କୁଆଖାଇ କୁତ୍ରିମ ପୋଖରୀର ଶୋଚନୀୟ ଅବସ୍ଥା: ଅସନ୍ତୋଷ ପରେ ଆରମ୍ଭ ହେଲା ଜୋରଦାର ସଫେଇ..

ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ; ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍‌ରେ BMC

ଭୁବନେଶ୍ୱର (ନ୍ୟୁଜ୍ ଇନସଟ୍): ରାଜଧାନୀରେ ଦୁର୍ଗାପୂଜା ଶେଷ ହେବା ପରେ ଆରମ୍ଭ ହୋଇଛି ମା’ଙ୍କ ପ୍ରତିମା ବିସର୍ଜନ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ କୁଆଖାଇ ନଦୀ ପଠାରେ କୁତ୍ରିମ ପୋଖରୀ ନିର୍ମାଣ କରାଯାଇଛି। ମାତ୍ର ବିସର୍ଜନ ପୂର୍ବରୁ ଏହି ପୋଖରୀଗୁଡ଼ିକର ଶୋଚନୀୟ ଅବସ୍ଥା ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା।

ଗଣେଶ ପୂଜାରୁ ସଫା ହୋଇନଥିଲା ପୋଖରୀ

ଅଭିଯୋଗ ଅନୁଯାୟୀ, ଗଣେଶ ପୂଜା ଭସାଣି ସମୟରୁ ପ୍ରସ୍ତୁତ କରାଯାଇଥିବା ଏହି କୁତ୍ରିମ ପୋଖରୀଗୁଡ଼ିକୁ ଦୀର୍ଘ ଦିନ ହେବ ସଫା କରାଯାଇ ନଥିଲା। ପୋଖରୀର ଦୂଷିତ ଓ ଅପସ୍କାର ପାଣିରୁ ଅସହ୍ୟ ଦୁର୍ଗନ୍ଧ ବାହାରୁଥିବାରୁ ସେଠାରେ ସାଧାରଣ ଲୋକ ଠିଆ ହେବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ଯେଉଁ ଜଗଜ୍ଜନନୀ ମା’ ଦୁର୍ଗାଙ୍କୁ ଗତ କେଇଦିନ ହେବ ଅପାର ଭକ୍ତି ଓ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରାଯାଉଥିଲା, ଶେଷରେ ତାଙ୍କ ପ୍ରତିମାକୁ ଏପରି ନର୍ଦମା ସଦୃଶ ପାଣିରେ ବିସର୍ଜନ କରିବାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

 

 

 

ପ୍ରଶାସନିକ ଅବହେଳା ଓ ଦାୟିତ୍ୱହୀନତା

ପ୍ରଶାସନ ଏବଂ BMC କେବଳ ପ୍ରେସ୍ ମିଟ୍ ସବୁ କିଛି ଠିକ୍‌ଠାକ୍ ଚାଲିଛି ବୋଲି ଦାବି କରୁଥିଲେ ମଧ୍ୟ, ଗ୍ରାଉଣ୍ଡ ଜିରୋକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରାଯାଉ ନଥିବା ସ୍ପଷ୍ଟ ହୋଇଥିଲା। ଯଦି ପୂର୍ବରୁ କର୍ମଚାରୀମାନେ ସେଠାକୁ ଯାଇ ତଦାରଖ କରିଥାନ୍ତେ, ତେବେ କୁଆଖାଇ ନଦୀ ପଠାରେ ଥିବା ପୋଖରୀର ଅବସ୍ଥା ଏତେ ଶୋଚନୀୟ ହୋଇନଥାନ୍ତା।

ଘଟଣାସ୍ଥଳରେ ପହଞ୍ଚି ନିଜେ ତଦାରଖ କଲେ ମେୟର

ଖବର ପାଇବା ପରେ ବିଏମସି ମେୟର ସୁଲୋଚନା ଦାସ ନିଜେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। କୁତ୍ରିମ ପୋଖରୀର ଦୁରବସ୍ଥା ଦେଖି ସେ ତୁରନ୍ତ ସଫେଇ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଖରୀରୁ ଦୂଷିତ ପାଣି ଓ ଆବର୍ଜନା ନିଷ୍କାସନ କରାଯାଇ ନୂଆ ପାଣି ଭର୍ତ୍ତି କରିବା କାମ ଜୋରସୋରରେ ଆରମ୍ଭ ହୋଇଛି।
ଶ୍ରଦ୍ଧାଳୁଙ୍କ ଆବେଗ ଓ ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଆଗାମୀ ଦିନରେ ଏପରି କାର୍ଯ୍ୟପନ୍ଥା ପ୍ରତି ଆଗୁଆ ସଜାଗ ରହିବା ପ୍ରତି ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *