ବାତ୍ୟା ‘ଅର୍ଣ୍ଣବ’ ତାଣ୍ଡବ: ଗଞ୍ଜାମ ଓ କନ୍ଧମାଳରେ ଭୂସ୍ଖଳନ, ୪ ମୃତ, ୧୨ ନିଖୋଜ; ଉଦ୍ଧାର କାର୍ଯ୍ୟ ଜୋରଦାର
କନ୍ଧମାଳ[News Inshot]:
ବାତ୍ୟା ‘ଅର୍ଣ୍ଣବ'[Cyclone Arnab Odisha], ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ[Landslide] ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ଅତିକମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି। କନ୍ଧମାଳ ଜିଲ୍ଲାର ଦାଙ୍ଗେସୀ ଗ୍ରାମରେ ଘର ଉପରେ ପାହାଡ଼ ଧସିଯିବାରୁ ଏକା ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି।
ଗଞ୍ଜାମ ଜିଲ୍ଲା ଏବଂ ଗଜପତି-ଗଞ୍ଜାମ ସୀମାନ୍ତ ତାପ୍ତପାଣି ଘାଟିରେ ଭୂସ୍ଖଳନ ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ODRAF, NDRF ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ବ୍ୟାପକ କରାଯାଇଛି। ଗଞ୍ଜାମରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୩୦ରୁ ଉର୍ଦ୍ଧ୍ୱ ଓଏଏସ୍ (OAS) ଅଫିସରଙ୍କୁ ନିୟୋଜିତ କରାଯାଇଛି।



