Supreme Court Rejects Centre’s Plea, Directs Clear Service Benefit Rules for Veterans/କାର୍ଗିଲ ଯବାନଙ୍କୁ ମିଳିଲା ନ୍ୟାୟ, ସୁପ୍ରିମକୋର୍ଟ କହିଲେ— ଯବାନଙ୍କ ସ୍ୱାର୍ଥରେ ହେଉ ପେନସନ୍ ନିୟମ

ସେବା ନିୟମାବଳୀକୁ ସ୍ପଷ୍ଟ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସେନାବାହିନୀର ଜବାନମାନଙ୍କ ପେନସନ୍‌ ଏବଂ ସେବା ସମ୍ବନ୍ଧୀୟ ନିୟମାବଳୀରେ ଥିବା ଅସ୍ପଷ୍ଟତାକୁ ଦୂର କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସେନା କର୍ମଚାରୀଙ୍କ ସୁବିଧା ପାଇଁ ମନ୍ତ୍ରଣାଳୟ ଏକ ସ୍ପଷ୍ଟ ଏବଂ ସମ୍ପୂର୍ଣ୍ଣ ସେବା ନିୟମାବଳୀ (Subordinate Legislation) ପ୍ରସ୍ତୁତ କରିବା ନିହାତି ଜରୁରୀ, ଯାହା ଦ୍ୱାରା ଅବସରପ୍ରାପ୍ତ ଯବାନମାନଙ୍କୁ କୋର୍ଟ କଚେରୀ ଦୌଡ଼ିବାକୁ ପଡ଼ିବ ନାହିଁ।

କାର୍ଗିଲ୍‌ରେ ‘ଅପରେସନ୍ ରକ୍ଷକ’ ସମୟରେ ମୋତୟନ ଥିବା ପୂର୍ବତନ ସୈନିକ ନରେନ୍ଦ୍ର କୁମାରଙ୍କ ଗମ୍ଭୀର ରୋଗ (ଆର୍ଥ୍ରାଇଟିସ୍) କାରଣରୁ ମିଳୁଥିବା ‘ୱାର୍ ଇଞ୍ଜୁରୀ ପେନସନ୍’ (War Injury Pension) ବିରୋଧରେ କେନ୍ଦ୍ର ସରକାର କରିଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବିଚାରପତି ପି.ଏସ. ନରସିଂହା ଏବଂ ବିଚାରପତି ଅଲୋକ ଆରାଧେଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯେତେବେଳେ କୌଣସି ଜନକଲ୍ୟାଣକାରୀ ନୀତି ପ୍ରଣୟନ ହୁଏ, ସେତେବେଳେ ସରକାର ସଂକୁଚିତ ମନୋଭାବ ନରଖି ଯବାନମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ଉଚିତ୍।

ସରକାରଙ୍କ ଆବେଦନକୁ ନାକଚ କରିବା ସହ କୋର୍ଟ ପୂର୍ବତନ ଯବାନଙ୍କ ପେନସନ୍‌କୁ କାଏମ୍ ରଖିଛନ୍ତି ଏବଂ ଆଗାମୀ ଦିନରେ ଏଭଳି ନିୟମାବଳୀରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବାକୁ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *