ଚଳିତ ସପ୍ତାହରେ ସେନ୍ସର ବୋର୍ଡକୁ ଯିବ ‘ମାତୃଭୂମି’: ଦୀପାବଳି କିମ୍ବା କ୍ରିସମାସରେ ମୁକ୍ତିଲାଭ ସମ୍ଭାବନା
ମୁମ୍ବାଇ: ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ୱାର-ଡ୍ରାମା ଫିଲ୍ମ ‘ମାତୃଭୂମି’ର ରିଲିଜକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଚଳିତ ସପ୍ତାହରେ ଏହି ସିନେମାକୁ ସେନ୍ସର ବୋର୍ଡ (CBFC)ର ଯାଞ୍ଚ ପାଇଁ ପଠାଯିବ। ସେନ୍ସର ପ୍ରକ୍ରିୟା ଶେଷ ହେବା ପରେ ନିର୍ମାତାମାନେ ଏହାର ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା କରିବେ।
ମିଳିଥିବା ସୂଚନା ଅନୁସାରେ, ସେନ୍ସର ବୋର୍ଡରୁ ଗ୍ରୀନ୍ ସିଗ୍ନାଲ୍ ମିଳିବା ପରେ ଫିଲ୍ମଟିକୁ ଚଳିତ ବର୍ଷ ଦୀପାବଳି କିମ୍ବା କ୍ରିସମାସ ସମୟରେ ପ୍ରେକ୍ଷାଳୟକୁ ଆଣିବା ପାଇଁ ଯୋଜନା ଚାଲିଛି। ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସଲମାନଙ୍କ ସହ ଚିତ୍ରାଙ୍ଗଦା ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ।
ପୂର୍ବରୁ ଏହି ଫିଲ୍ମର ନାମ ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ରଖାଯାଇଥିଲା। ୨୦୨୦ ଗାଲୱାନ୍ ଘାଟୀ ସଂଘର୍ଷ ପୃଷ୍ଠଭୂମିରେ ନିର୍ମିତ ଏହି ଫିଲ୍ମର କାହାଣୀରେ କିଛି ପରିବର୍ତ୍ତନ କରାଯିବା ପରେ, ଏହାକୁ ସେନ୍ସର ବୋର୍ଡ ନିକଟକୁ ଅନୁମୋଦନ ପାଇଁ ପଠାଯାଉଛି। CBFC ପ୍ରକ୍ରିୟା ଶେଷ ହେବା ପରେ ଫିଲ୍ମର ଚୂଡ଼ାନ୍ତ ରିଲିଜ୍ ତାରିଖ ସ୍ପଷ୍ଟ ହେବ।



