ନିଶାମୁକ୍ତ ସମାଜ ଗଠନ ପାଇଁ କମିଶନରେଟ ପୁଲିସର ଆହ୍ୱାନ: ‘ଜୀବନ ଜିନ୍ଦାବାଦ ୨.୦’ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:
ରାଜଧାନୀ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିଅମ୍ରେ କମିଶନରେଟ ପୁଲିସ ପକ୍ଷରୁ ‘ଜୀବନ ଜିନ୍ଦାବାଦ ୨.୦’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ବିଶେଷ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ନିଶାମୁକ୍ତ ଏବଂ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।
ବିଶେଷ କରି ଯୁବ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବରୁ ଦୂରେଇ ରଖିବା ଏବଂ ସେମାନଙ୍କୁ ସଠିକ୍ ମାର୍ଗରେ ପରିଚାଳିତ କରିବା ଲକ୍ଷ୍ୟରେ କମିଶନରେଟ ପୁଲିସ ଏହି ଅଭିଯାନ ହାତକୁ ନେଇଛି। କାର୍ଯ୍ୟକ୍ରମରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଯୁବପିଢ଼ି ଉପସ୍ଥିତ ଥିଲେ।



