Crorepati Officer in Vigilance Net: Raids Uncover Duplex, Flats Across 4 Districts/ଭିଜିଲାନ୍ସ ଜାଲରେ ସମ୍ବଲପୁର ବଏଲର ସହକାରୀ ନିର୍ଦ୍ଦେଶକ: ଏକାସାଙ୍ଗରେ ୭ଟି ଠିକଣାରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ: ୭ଟି ଠିକଣାରେ ଏକାଥରେ ଚଢ଼ାଉ

ସମ୍ବଲପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର (Factories and Boilers) ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଉପରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କର ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ଥିବା ମୋଟ ୭ଟି ସ୍ଥାନରେ ମଙ୍ଗଳବାର ସକାଳୁ ଏକାସାଙ୍ଗରେ ତଲାସି ଅଭିଯାନ ଆରମ୍ଭ ହୋଇଛି।

ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ପରୱାନା ଆଧାରରେ ୮ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଅଛନ୍ତି।

କେଉଁ କେଉଁ ଠିକଣାରେ ଚାଲିଛି ତଲାସି? ୧. ସମ୍ବଲପୁର ଧନକଉଡ଼ା ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ୩-BHK ଫ୍ଲାଟ୍।

୨. ଭୁବନେଶ୍ୱର ନନ୍ଦନକାନନ ରୋଡ୍, ନନ୍ଦନ ବିହାରସ୍ଥିତ ଡୁପ୍ଲେକ୍ସ ଭବନ।

୩. ଭୁବନେଶ୍ୱର ଜଟଣୀ ନିକଟ ବାରକୁଦାସ୍ଥିତ ଇଣ୍ଡସ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ ପାଖରେ ଥିବା କୋଠା।

୪. ପୁରୀ ବାଲିଗୁଆଳି, ତୋଟା ବେହେରା ସାହିସ୍ଥିତ ୩ ମହଲା କୋଠା।

୫. ଖୋର୍ଦ୍ଧା ବାଲୁଗାଁ ସୁବାଷ ମାର୍ଗସ୍ଥିତ ୨ ମହଲା କୋଠା।

୬. ବାଲୁଗାଁ ଅଶୋକ ନଗରସ୍ଥିତ ପୈତୃକ ଘର (୨ ମହଲା)।

୭. ସମ୍ବଲପୁରସ୍ଥିତ ଡେପୁଟି ଡାଇରେକ୍ଟର ଅଫିସରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ।

ଫଳାଫଳ ଓ ଜବତ ହୋଇଥିବା ମୋଟ ସମ୍ପତ୍ତିର ପରିମାଣ ସମ୍ପର୍କରେ ତଦନ୍ତ ଶେଷ ହେବା ପରେ ବିସ୍ତୃତ ସୂଚନା ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *