Tragedy on Yamuna Expressway: 9 Dead in Bus Fire, Passengers Jump Out to Escape/ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ବସ୍ ଦୁର୍ଘଟଣା: ନିଆଁ ଲାଗି ୯ ମୃତ, କାଚ ଭାଙ୍ଗି ଜୀବନ ବଞ୍ଚାଇଲେ ଯାତ୍ରୀ

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ବସ୍ ଦୁର୍ଘଟଣା: ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ, କାଚ ଭାଙ୍ଗି ଜୀବନ ବଞ୍ଚାଇଲେ ଯାତ୍ରୀ
ଯମୁନା ଏକ୍ସପ୍ରେସୱେରେ ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାନକ ଦୁର୍ଘଟଣା ଘଟିଯାଇଛି। ଦିଲ୍ଲୀରୁ ଉତ୍ତର ପ୍ରଦେଶର ମହୋବା ଅଭିମୁଖେ ଯାଉଥିବା ଏକ ଘରୋଇ ଏସି ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯିବାରୁ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇପ୍ରାଣ ହରାଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ଘଟଣାଟି ବୁଧବାର ରାତି ପ୍ରାୟ ୧୧:୩୦ ସମୟରେ ଗ୍ରେଟର ନୋଏଡାର ଜେୱର ନିକଟରେ ଘଟିଛି। ବସଟିରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ ଏବଂ ଅଧିକାଂଶ ଯାତ୍ରୀ ଶୋଇଥିଲେ। ଗାଡ଼ି ଭିତରୁ ପୋଡ଼ା ଗନ୍ଧ ଆସିବା ପରେ କିଛି ସମୟ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ବସକୁ କବଳିତ କରିନେଇଥିଲା। ଧୂଆଁରେ ବସ୍ ଭିତର ପୂରିଯିବାରୁ ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା।
ଜୀବନ ବଞ୍ଚାଇବା ପାଇଁ ଯାତ୍ରୀମାନେ ବସର କାଚ ଭାଙ୍ଗି ତଳକୁ ଡେଇଁବାକୁ ଚେଷ୍ଟା କରିଥିଲେ। ଖବର ପାଇ ନିଆଁଲିଭା ଗାଡ଼ି ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆହତମାନଙ୍କୁ ସ୍ଥାନୀୟ କୈଲାଶ ହସ୍ପିଟାଲକୁ ପଠାଇଥିଲେ। ପ୍ରାଥମିକ ତଦନ୍ତରୁ ଏସି ସୋର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆଟକ ରଖି ଅଧିକ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *