Saraswati Shishu Vidya Mandir Unit-VIII Celebrates Raksha Bandhan with Educational Discourse/ୟୁନିଟ୍-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ..

ୟୁନିଟ୍-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ

ଭୁବନେଶ୍ୱର:
ଭୁବନେଶ୍ୱର ୟୁନିଟ୍-୮ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ-ଉଲ୍ଲାସର ସହ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପଟିଆ ଆର୍. ଏମ୍. ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ରକ୍ଷାବନ୍ଧନର ମାହାତ୍ମ୍ୟ, ସମାଜ ଗଠନରେ ଭାଇ-ଭଉଣୀଙ୍କ ସମ୍ପର୍କର ଗୁରୁତ୍ୱ ଏବଂ ନୈତିକ ମୂଲ୍ୟବୋଧ ବିଷୟରେ ପିଲାମାନଙ୍କୁ ସୁନ୍ଦର ମାର୍ଗଦର୍ଶନ ଦେଇଥିଲେ।
ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିରଞ୍ଚି ନାରାୟଣ ଦାସ, ସମ୍ପାଦକ ସ୍ୱଦେଶ ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ସମେତ ପରିଚାଳନା ସମିତିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ନାୟକ, ସମସ୍ତ ଗୁରୁଜୀ-ଗୁରୁମା ଏବଂ ଅଭିଭାବକମାନଙ୍କ ସହଯୋଗରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *