Russia-Ukraine War: Zelenskyy Warns India and 47 Nations at UN/UNରେ ଜେଲେନ୍ସକିଙ୍କ ବଡ଼ ଦାବି: ରୁଷ-ୟୁକ୍ରେନ ଯୁଦ୍ଧକୁ ଟଣାଯାଉଛନ୍ତି ଭାରତୀୟ

ପୁଟିନଙ୍କ ଜାଲରେ ପଡ଼ନ୍ତୁ ନାହିଁ: UNରେ ଭାରତ ସହ ୪୭ ଦେଶକୁ ସାବଧାନ କଲେ ଜେଲେନ୍ସକି
ନ୍ୟୁୟର୍କରେ ଚାଲିଥିବା ମିଳିତ ଜାତିସଂଘର ସାଧାରଣ ସଭା (UNGA) ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ବଡ଼ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଋଷ-ୟୁକ୍ରେନ ଯୁଦ୍ଧରେ ଭାରତ ସମେତ ୪୭ଟି ଦେଶର ନାଗରିକଙ୍କୁ ପ୍ରତାରଣା କରି ରୁଷ ସେନାରେ ଭର୍ତ୍ତି କରାଯାଉଛି।
Version 1.0.0

 

ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରି ଜେଲେନ୍ସକି କହିଛନ୍ତି, “ରୁଷ ବିଭିନ୍ନ ଦେଶର ଲୋକଙ୍କୁ ପ୍ରଲୋଭନ ଓ ଛଳନା ଦେଖାଇ ଯୁଦ୍ଧମୁଁହକୁ ନେଉଛି। ଆପଣଙ୍କ ନାଗରିକଙ୍କୁ ସୁରକ୍ଷିତ ରଖନ୍ତୁ ଏବଂ ପୁଟିନଙ୍କୁ ଏହି ଯୁଦ୍ଧରେ ଆପଣଙ୍କୁ ଘୋଷାରିବାକୁ ଦିଅନ୍ତୁ ନାହିଁ।” ସେ ଭାରତ, ନେପାଳ, ଘାନା, କେନ୍ୟା ଓ ସୁଦାନ ଭଳି ଦେଶଗୁଡ଼ିକର ନାମ ନେଇ ଏହି ସାବଧାନବାଣୀ ଦେଇଛନ୍ତି।

ଭାରତର ପରିସ୍ଥିତି:
ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରାୟ ୨୨୭ ଜଣ ଭାରତୀୟ ରୁଷ ସେନାରେ କାମ କରୁଥିବା ନେଇ ଖବର ମିଳିଥିଲା। ସେଥିମଧ୍ୟରୁ ୧୩୯ ଜଣଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଥିବା ବେଳେ, ଅତି କମରେ ୫୧ ଜଣ ଭାରତୀୟ ଯୁଦ୍ଧକ୍ଷେତ୍ରରେ ପ୍ରାଣ ହରାଇଛନ୍ତି। ନକଲି ଏଜେଣ୍ଟମାନେ ଭଲ ଚାକିରିର ପ୍ରତିଶ୍ରୁତି ଦେଇ ଏହି ଯୁବକମାନଙ୍କୁ ଠକି ରୁଷ ପଠାଉଥିବା ନେଇ ଭାରତ ସରକାର କଡ଼ା ପଦକ୍ଷେପ ନେଉଛନ୍ତି।

Leave a Reply

Your email address will not be published. Required fields are marked *