Record Surge in Odisha: Twin Cities’ Gold & Silver Sales Set to Touch ₹100 Crore This Dhanteras/ଧନତେରାସରେ ସୁନା କିଣିବାକୁ ଟ୍ବିନ୍ ସିଟିରେ ପ୍ରବଳ ଭିଡ଼; ୧୦୦ କୋଟି ଟପିବ ଗହଣା କାରବାର

Dhanteras Shopping Frenzy: Cuttack-Bhubaneswar Jewellery Sales to Cross Rs 100 Crore

ଧନତେରାସ ବିକ୍ରିରେ ନୂଆ ରେକର୍ଡ: ଟ୍ବିନ୍ ସିଟିରେ ୧୦୦ କୋଟି ଟପିବ ସୁନା-ରୂପା କାରବାର

ଭୁବନେଶ୍ୱର/କଟକ[News Inshot]: ଧନତେରାସ ଅବସରରେ ରାଜଧାନୀ ଭୁବନେଶ୍ୱର ଓ ସାଂସ୍କୃତିକ ନଗରୀ କଟକର ଗହଣା ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଗ୍ରାହକଙ୍କ ମଧ୍ୟରେ ସୁନା ଓ ରୂପା କିଣିବାର ଉତ୍ସାହ ଏତେ ଅଧିକ ରହିଛି ଯେ, କେବଳ ଏହି ଦୁଇ ସହରରେ ଗହଣା ବିକ୍ରି ୧୦୦ କୋଟି ଟଙ୍କାର ସୀମା ପାର୍‌ କରିବା ନେଇ ବ୍ୟବସାୟୀ ସଂଘ ଆକଳନ କରିଛି। ଗତ ବର୍ଷ ତୁଳନାରେ ଏଥର ବିକ୍ରିରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ଘଟିଥିବା କୁହାଯାଉଛି।

ଦରରେ ସାମାନ୍ୟ କୋହଳ ଏବଂ ସାମ୍ନାକୁ ବାହାଘର ଋତୁ ଥିବାରୁ ଲୋକମାନେ ଆଗୁଆ କିଣାକିଣି କରିଛନ୍ତି। ସୁନା ମୁଦ୍ରା, ରୂପା ବାସନକୁସନ ସହ ହାଲୁକା ଓଜନର ଏବଂ ଟ୍ରେଣ୍ଡି ଡିଜାଇନ୍‌ର ଗହଣା ସବୁଠାରୁ ଅଧିକ ବିକ୍ରି ହୋଇଛି। ଗ୍ରାହକଙ୍କ ଗହଳିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଜନପଥ, ଶହୀଦ ନଗର, ଚନ୍ଦ୍ରଶେଖରପୁର ଏବଂ କଟକର ବାଦାମବାଡ଼ି ଅଞ୍ଚଳରେ ଥିବା ବଡ଼ ବଡ଼ ଜୁଏଲରୀ ଶୋ’ରୁମ୍‌ଗୁଡ଼ିକ ଡେରି ରାତି ଯାଏଁ ଖୋଲା ରହିଥିଲା।

ଶୋ’ରୁମ୍‌ଗୁଡ଼ିକ ପକ୍ଷରୁ ମେକିଂ ଚାର୍ଜରେ ରିହାତି ଏବଂ ରୂପା ଉପହାର ଭଳି ଆକର୍ଷଣୀୟ ଅଫର ମଧ୍ୟ ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଛି। କେବଳ ସୁନା-ରୂପା ନୁହେଁ, ଧନତେରାସ ପାଇଁ ବାସନକୁସନ, ବିଦ୍ୟୁତ୍‌ ଉପକରଣ ଓ ଗାଡ଼ି ମୋଟର ଶୋ’ରୁମ୍‌ଗୁଡ଼ିକରେ ବି ବେଶ୍‌ ଭଲ କାରବାର ହୋଇଛି।

Leave a Reply

Your email address will not be published. Required fields are marked *