PM Narendra Modi Witnesses IAF’s ‘Wings Over Ganges’ Air Show at Namo Ghat in Varanasi/ବାରାଣସୀ ନମୋ ଘାଟରେ ବାୟୁସେନାର ‘ୱିଙ୍ଗସ୍ ଓଭର ଗଙ୍ଗା’ ଏୟାର ଶୋ: ବାୟୁବୀରଙ୍କ ପରାକ୍ରମ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ..

ବାରାଣସୀର ନମୋ ଘାଟରେ ଭାରତୀୟ ବାୟୁସେନାର ‘ୱିଙ୍ଗସ୍ ଓଭର ଗଙ୍ଗା’ ଏୟାର ଶୋ: ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ପ୍ରସିଦ୍ଧ ନମୋ ଘାଟଠାରେ ଭାରତୀୟ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ଚିତ୍ତାକର୍ଷକ ଏୟାର ଶୋ ‘ୱିଙ୍ଗସ୍ ଓଭର ଗଙ୍ଗା’ ଅନୁଷ୍ଠିତ ହୋଇଯାଇଛି। ରବିବାର (୨୫ ଅକ୍ଟୋବର ୨୦୨୬) ଆୟୋଜିତ ଏହି ମେଗା ଏୟାର ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାୟୁସେନାର ପରାକ୍ରମ ଓ କୌଶଳ ଦେଖିବା ସହ ବାୟୁବୀରମାନଙ୍କୁ ଉତ୍ସାହିତ କରିଛନ୍ତି।

PM witnesses the Air Force Day Aerial Display 2026 at Namo Ghat in Varanasi, Uttar Pradesh on October 25, 2026.

 

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବରିଷ୍ଠ ଆଧିକାରୀ ଉପସ୍ଥିତ ଥିଲେ।

ପବିତ୍ର ଗଙ୍ଗା ନଦୀ ଉପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସାମରିକ ପ୍ରଦର୍ଶନୀରେ ପ୍ରାୟ ୧୦୦ଟି ଯୁଦ୍ଧବିମାନ, ହେଲିକପ୍ଟର ଓ ପରିବହନ ବିମାନ ଭାଗ ନେଇଥିଲେ। ସୁଖୋଇ-୩୦ MKI, ରାଫେଲ, ସ୍ୱଦେଶୀ ଲଢ଼ୁଆ ବିମାନ ତେଜସ୍, ମିରାଜ-୨୦୦୦ ଓ ମିଗ୍-୨୯ ଭଳି ଆଗଧାଡ଼ିର ଯୁଦ୍ଧବିମାନଗୁଡ଼ିକ ଆକାଶରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ କସରତ ପ୍ରଦର୍ଶନ କରିଥିଲେ।

ଏହା ସହିତ ବାୟୁସେନାର ପ୍ରସିଦ୍ଧ ‘ସୂର୍ଯ୍ୟ କିରଣ’ ଆକ୍ରୋବେଟିକ୍ ଟିମ୍ ଏବଂ ‘ସାରଙ୍ଗ’ ହେଲିକପ୍ଟର ଟିମ୍‌ର ରୋମାଞ୍ଚକର ପ୍ରଦର୍ଶନୀ ବାରାଣସୀ ଆକାଶକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ କରିଦେଇଥିଲା। ନମୋ ଘାଟରୁ ଆସି ଘାଟ ପର୍ଯ୍ୟନ୍ତ ଗଙ୍ଗା କୂଳରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ବାୟୁସେନାର ଏହି ଅଦ୍ଭୁତ ଶକ୍ତି ପ୍ରଦର୍ଶନ ଦେଖି ଅଭିଭୂତ ହୋଇପଡ଼ିଥିଲେ।

Leave a Reply

Your email address will not be published. Required fields are marked *