Maharashtra FDA Seizes Rs 20 Lakh Patanjali Ghee Over Misbranding Suspicions/ମହାରାଷ୍ଟ୍ରରେ FDAର ବଡ଼ କାର୍ଯ୍ୟାନୁଷ୍ଠାନ: ୨୦ ଲକ୍ଷ ଟଙ୍କାର ପତଞ୍ଜଳି ଘିଅ ଜବତ

ମହାରାଷ୍ଟ୍ରରେ ପତଞ୍ଜଳି ଘିଅ ଜବତ: ୨୦ ଲକ୍ଷ ଟଙ୍କାର ସାମଗ୍ରୀ ସିଜ୍ କଲା FDA
ପାର୍ବଣ ଋତୁରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ରୋକିବା ପାଇଁ ମହାରାଷ୍ଟ୍ର ଖାଦ୍ୟ ଓ ଉଷଧ ପ୍ରଶାସନ (FDA) କଡ଼ା ପଦକ୍ଷେପ ଗ୍ରହଣ କରିଛି । FDA କମିଶନର ତଥା ଚର୍ଚ୍ଚିତ IAS ଅଫିସର ତୁକାରାମ ମୁଣ୍ଡେଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ରାଜ୍ୟସାରା ଚାଲିଥିବା ବିଶେଷ ଯାଞ୍ଚ ଅଭିଯାନ ସମୟରେ ପତଞ୍ଜଳି କମ୍ପାନୀର ୨୦ ଲକ୍ଷ ୨୦ ହଜାର ଟଙ୍କାର ଘିଅ ଜବତ କରାଯାଇଛି ।
ଛତ୍ରପତି ସମ୍ଭାଜୀନଗର (ଓରଙ୍ଗାବାଦ) ସୁନ୍ଦରବାଡ଼ି ଅଞ୍ଚଳରେ ଥିବା ପତଞ୍ଜଳିର ସୁପର ଡିଷ୍ଟ୍ରିବ୍ୟୁଟର ‘ମେସର୍ସ ଦିବ୍ୟ ମହାବିତରକ’ ଗୋଦାମରେ FDA ଟିମ୍ ଚଢ଼ାଉ କରିଥିଲା। ଯାଞ୍ଚ ବେଳେ ମୋଟ ୨,୨୭୯.୭ ଲିଟର (୪,୦୩୨ ପ୍ୟାକେଟ୍) ପତଞ୍ଜଳି ଗାଈ ଘିଅ ଜବତ କରାଯାଇଛି। ଲେବୁଲରେ ଭୁଲ୍ ତଥ୍ୟ ଦେବା (ମିସବ୍ରାଣ୍ଡିଂ) ଏବଂ ଘିଅରେ ଅପମିଶ୍ରଣ ସନ୍ଦେହରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜବତ ଘିଅର ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି।
ପାର୍ବଣ ପାଇଁ ତୁକାରାମ ମୁଣ୍ଡେଙ୍କ ନେତୃତ୍ୱରେ ଚାଲିଥିବା ଏହି ରାଜ୍ୟବ୍ୟାପୀ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୯.୦୧ କୋଟି ଟଙ୍କାର ଅପମିଶ୍ରିତ ତେଲ, ମସଲା ଓ ଖାଦ୍ୟ ସାମଗ୍ରୀ ସିଜ୍ କରାଯିବା ସହ ୧୯ଟି ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *