Odisha T20 League CM Trophy 2026 Kicks Off at Barabati Stadium; CM Mohan Majhi Inaugurates/ବାରବାଟୀରେ ଆରମ୍ଭ ହେଲା ‘Odisha T20 League CM Trophy 2026’, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ…

ବାରବାଟୀରେ ଜମିବ କ୍ରିକେଟ ମାହୋଲ: ଶୁଭାରମ୍ଭ ହେଲା Odisha T20 League CM Trophy 2026


କଟକ:
କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯାଇଛି ‘Odisha T20 League CM Trophy 2026’। ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଟୁର୍ନାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳ ଓ ସ୍ଥାନୀୟ କ୍ରିକେଟ ପ୍ରତିଭାଙ୍କୁ ଏକ ବଡ଼ ମଞ୍ଚ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି।
ଏହି ୧୦ ଦିନିଆ ଟୁର୍ନାମେଣ୍ଟରେ ମୋଟ ୬ଟି ଫ୍ରାଞ୍ଚାଇଜି ଟିମ୍ ଭାଗ ନେଉଛନ୍ତି। ସୁରେଶ ରାଇନା ଏବଂ ଦେବାଶିଷ ମହାନ୍ତିଙ୍କ ପରି ପୂର୍ବତନ ତାରକା ଖେଳାଳି ଏଥିରେ ବ୍ରାଣ୍ଡ ଆମ୍ବାସାଡର ଭାବେ ଯୋଗଦେଇ ଯୁବ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି। ଆଗାମୀ ଦିନରେ ଓଡ଼ିଶାରୁ ଅଧିକରୁ ଅଧିକ ଖେଳାଳି ଆଇପିଏଲ୍ (IPL) ଓ ଜାତୀୟ ଦଳରେ ସ୍ଥାନ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *