National Award Winner ‘Lahari’ Team Met Naveen Patnaik at Naveen Niwas/ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ‘ଲହରୀ’ ଟିମ୍‌କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

‘ଲହରୀ’ ଟିମ୍‌କୁ ସମ୍ବର୍ଦ୍ଧିତ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ସମ୍ମାନିତ ‘ଲହରୀ’ର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ୱରସ୍ଥିତ ନିଜ ବାସଭବନ ନବୀନ ନିବାସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ‘ଲହରୀ’ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜିକା ଓ ସମ୍ପୂର୍ଣ୍ଣ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ସିନେମାର ଏହି ସଫଳତା ପାଇଁ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ଜାତୀୟ ପୁରସ୍କାର ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ଏବଂ ଆଗାମୀ ଦିନରେ ଏହା ଆମ କଳା-ସଂସ୍କୃତିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଦେବ।
ପ୍ରକାଶଯୋଗ୍ୟ, ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏବଂ ଆଞ୍ଚଳିକ ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ବାପା-ପୁଅଙ୍କ ସମ୍ପର୍କ, ଗ୍ରାମୀଣ ଜୀବନ ଓ ପରିବେଶ ପର୍ଯ୍ୟଟନର କାହାଣୀକୁ ନେଇ ନିର୍ମିତ ହୋଇଛି। ସିନେମାଟି ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଓଡ଼ିଆ ସିନେ ଜଗତ ପାଇଁ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

Leave a Reply

Your email address will not be published. Required fields are marked *