ୟୁନିଟ୍-୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ଭୁବନେଶ୍ଵର : ୟୁନିଟ୍-୮ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି।
ଏହି ଅବସରରେ ସକାଳୁ ବିଦ୍ୟାଳୟ ପରିସରରେ ସାମୁହିକ ଭାଗବତ ପାଠ, ଯଜ୍ଞ, ପୂଜାର୍ଚ୍ଚନା ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ଏହାପରେ କୋମଳମତି ଶିଶୁମାନଙ୍କ ମଧ୍ୟରେ ଏକ ଆକର୍ଷଣୀୟ ଶ୍ରୀକୃଷ୍ଣବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛୋଟ ଛୋଟ ପିଲାମାନେ କୃଷ୍ଣ ବେଶରେ ସମସ୍ତଙ୍କ ମନ ମୋହିଥିଲେ। ଏହାସହ ଶିଶୁମାନଙ୍କ ଦ୍ୱାରା ମନୋଜ୍ଞ ଆଧ୍ୟାତ୍ମିକ ସଂଗୀତ ଓ ନୃତ୍ୟ ପରିବେଶିତ ହୋଇଥିଲା।
ବିଦ୍ୟାଳୟ ପରିଚାଳନା ସମିତିର ସଭାପତି, କୋଷାଧ୍ୟକ୍ଷ, ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ, ଗୁରୁମା ଓ ଅଭିଭାବକମାନେ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା।










