“Lacked Variety and Flight”: Gavaskar Unhappy With Saransh Jain’s Test Debut/କୁଲଦୀପଙ୍କୁ କାହିଁକି ବାଦ୍ ଦିଆଗଲା? ଭାରତୀୟ ବୋଲିଂ ଆକ୍ରମଣ ଉପରେ ବର୍ଷିଲେ ସୁନୀଲ ଗାଭାସ୍କର

ସାରାଂଶ ଜୈନଙ୍କ ଡେବ୍ୟୁକୁ ନେଇ ସୁନୀଲ ଗାଭାସ୍କରଙ୍କ ପ୍ରଶ୍ନ, ଟିମ୍ ସିଲେକ୍ସନ୍ ଉପରେ ଉଠାଇଲେ ଆଙ୍ଗୁଠି
ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟ ମ୍ୟାଚ୍ ଡ୍ର’ ହେବା ପରେ ଭାରତୀୟ ବୋଲିଂ ଲାଇନଅପ୍ ଏବଂ ଅଫ୍-ସ୍ପିନର ସାରାଂଶ ଜୈନଙ୍କ ପଦାର୍ପଣ (Debut) କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ।
ନିଜର ଏକ କଲମରେ ଗାଭାସ୍କର ଲେଖିଛନ୍ତି ଯେ, ସାରାଂଶ ନିଜର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବାରୁ ହୁଏତ ଟିକେ ଚାପରେ (Nervous) ଥିଲେ, କିନ୍ତୁ ତାଙ୍କ ବୋଲିଂରେ ବ୍ୟାଟରଙ୍କୁ ଅସୁବିଧାରେ ପକାଇବା ଭଳି ବିବିଧତା (Variety) କିମ୍ବା ଫ୍ଲାଇଟ୍‌ର ଅଭାବ ଦେଖିବାକୁ ମିଳିଥିଲା । ସେ ପିଚ୍‌ ଉପରେ ଅଧିକ ନିର୍ଭରଶୀଳ ଥିବା ପରି ମନେହେଉଥିଲା । ଏହି ମ୍ୟାଚ୍‌ରେ ସାରାଂଶ ୧୬୭ ରନ୍ ଦେଇ ମୋଟ ୩ଟି ୱିକେଟ୍ ହାସଲ କରିଥିଲେ ।
ଗାଭାସ୍କର ଏହା ମଧ୍ୟ କହିଛନ୍ତି ଯେ, ଏହି ମ୍ୟାଚ୍‌ରେ ରିଷ୍ଟ-ସ୍ପିନର କୁଲଦୀପ ଯାଦବଙ୍କୁ ନ ଖେଳାଇବା ଭାରତକୁ ମହଙ୍ଗା ପଡ଼ିଲା । ତଳଧାଡ଼ିର ବ୍ୟାଟରଙ୍କୁ ଶୀଘ୍ର ଆଉଟ୍ କରିବା ପାଇଁ କୁଲଦୀପଙ୍କ ଭଳି ବୋଲରଙ୍କ ଆବଶ୍ୟକତା ଥିଲା । ଏହା ସହ ଧୀମା ହେଉଥିବା ପିଚ୍‌ରେ ଗୁରନୁର ବ୍ରାରଙ୍କ ଭଳି ଉଚ୍ଚତା ଓ ଦ୍ରୁତ ବୋଲିଂ ବିକଳ୍ପ ସହାୟକ ହୋଇପାରିଥାନ୍ତା ବୋଲି ସେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *