Big Win for NEET Protesters:Supreme Court Relief for Students: Protest FIRs Closed, 2,873 Face Probe/CJP ଛାତ୍ର ଆନ୍ଦୋଳନ ମାମଲା: FIR ରଦ୍ଦ କଲେ ସୁପ୍ରିମକୋର୍ଟ; ସେପ୍ଟେମ୍ବର ୫ ଦିଲ୍ଲୀ ମାର୍ଚ୍ଚ ବାତିଲ

ଛାତ୍ର ଆନ୍ଦୋଳନକାରୀଙ୍କୁ ବଡ଼ ଆଶ୍ୱସ୍ତି: FIR ରଦ୍ଦ କଲେ ସୁପ୍ରିମକୋର୍ଟ, ୨,୮୭୩ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କ ପାଇଁ ନିୟମ ଅଲଗା
ନୂଆଦିଲ୍ଲୀ:
ଦେଶସାରା ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିବା ପିଲାମାନଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଆଡ଼ୁ ଏକ ବଡ଼ ଖବର ଆସିଛି। ଗତ ଜୁଲାଇ ୨୦ ରୁ ୨୫ ତାରିଖ ମଧ୍ୟରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ ଛାତ୍ରଛାତ୍ରୀଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ FIR କୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୧୪୨ ର ବ୍ୟବହାର କରି କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ସୁଣାଇଛନ୍ତି, ଯାହାଦ୍ୱାରା ନିର୍ଦ୍ଦୋଷ ଛାତ୍ରଙ୍କ ଭବିଷ୍ୟତ ସୁରକ୍ଷିତ ରହିପାରିବ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଭି. ମୋହନାଙ୍କ ପୀଠ ଏହି ମାମଲାର ଶୁଣାଣି କରିବା ସହ ଦେଶର କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଘଟଣାକୁ ନେଇ ଆଉ କୌଣସି ନୂଆ FIR ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଏହି ଛାଡ଼ ସମସ୍ତଙ୍କ ପାଇଁ ନୁହେଁ। କୋର୍ଟ କହିଛନ୍ତି ଯେ ଜନ୍ତର ମନ୍ତର ପ୍ରଦର୍ଶନ ସ୍ଥଳରେ ଉପସ୍ଥିତ ଥିବା ୨,୮୭୩ ଜଣ ବ୍ୟକ୍ତି, ଯାହାଙ୍କର ପୂର୍ବରୁ ଗମ୍ଭୀର ଅପରାଧିକ ରେକର୍ଡ (Criminal Background) ରହିଛି, ସେମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।
ଏହାସହ କେନ୍ଦ୍ର ସରକାର କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ NEET-UG ପରୀକ୍ଷା ବାତିଲ ପରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଆଗାମୀ ୩ ମାସ ମଧ୍ୟରେ ଯୋଜନା ପ୍ରସ୍ତୁତ କରାଯିବ।
ସୁପ୍ରିମକୋର୍ଟଙ୍କ ଏହି କଠୋର ତଥା ସ୍ପଷ୍ଟ ନିର୍ଦ୍ଦେଶ ଏବଂ ସରକାରଙ୍କ ପ୍ରତିଶ୍ରୁତି ପରେ କାକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ମାର୍ଚ୍ଚକୁ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *