HAL Hands Over First Three Indigenous HTT-40 ‘Ankur’ Trainers to Indian Air Force/ଭାରତୀୟ ବାୟୁସେନାରେ ସାମିଲ ହେଲା ଦେଶୀ ଜ୍ଞାନକୌଶଳରେ ନିର୍ମିତ HTT-40 ‘ଅଙ୍କୁର’


ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ୩ଟି ଦେଶୀୟ HTT-40 ‘ଅଙ୍କୁର’ ଟ୍ରେନର୍ ବିମାନ


ଭାରତୀୟ ବାୟୁସେନା (IAF) ର ପ୍ରଶିକ୍ଷଣ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଭାରତରେ ନିର୍ମିତ ପ୍ରଥମ ତିନୋଟି HTT-40 ‘ଅଙ୍କୁର’ ବେସିକ୍ ଟ୍ରେନର୍ ବିମାନ ବାୟୁସେନା ହାତକୁ ଆସିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ପ୍ରସ୍ତୁତ ଏହି ବିମାନଗୁଡ଼ିକ ନୂଆ ପାଇଲଟମାନଙ୍କୁ ତାଲିମ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।


ତେବେ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିପାରେ, କାରଣ ଏହି ସମୟ ମଧ୍ୟରେ ପାଇଲଟ୍ ଟ୍ରେନର୍ମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନା ମୋଟ ୭୦ଟି ଏଭଳି ବିମାନ କିଣିବାକୁ ଚୁକ୍ତି କରିଛି, ଯାହା ଆମର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଏକ ବଡ଼ ଉଦାହରଣ।

Leave a Reply

Your email address will not be published. Required fields are marked *