Grand Closing Ceremony of 5th State-Level Photo Exhibition at Jayadev Bhawan/ଜୟଦେବ ଭବନରେ ଉଦଯାପିତ ହେଲା ୫ମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ

ଜୟଦେବ ଭବନରେ ୫ମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ: ନବିନ ସୂତ୍ରଧର ପ୍ରତିଭା ସମ୍ମାନ ପ୍ରଦାନ

ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ୫ମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀର ଉଦଯାପନୀ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ଯୋଗଦାନ ପାଇଁ ପ୍ରତିଭାବାନ ବ୍ୟକ୍ତିବିଶେଷ ଓ ଫଟୋଗ୍ରାଫରମାନଙ୍କୁ ସମ୍ମାନିତ କରାଯାଇଛି।

ପୁରସ୍କାର ଓ ସମ୍ମାନ:
* ବେଷ୍ଟ ଫଟୋ ସମ୍ମାନ: ଉଦୟନ ସାରଥୀ, ଶ୍ରୀହର୍ଷ ମିଶ୍ର, ସତ୍ୟ ପ୍ରକାଶ ରାଉତ ଓ ମମତା ପାରମାର।
* ଉଦୀୟମାନ ଫଟୋଗ୍ରାଫର ସମ୍ମାନ: ଆଶୁତୋଷ ପାଢ଼ୀ, ନବିନ କୁମାର ପରିଡ଼ା, ସୌରଭ ଦତ୍ତ, ପ୍ରତାପ ବେହେରା, ଜ୍ଞାନେନ୍ଦ୍ର ଜ୍ୟୋତି ଖୁଣ୍ଟିଆ, ଅନ୍ତର୍ଯ୍ୟାମୀ ଦାସ, ଶ୍ରୀତମ ସେଠି ଓ ବରୁଣ ପଟ୍ଟନାୟକ।


ବରିଷ୍ଠ ସାମ୍ବାଦିକ ଓ ଅଭିନେତା ସମ୍ପଦ ମହାପାତ୍ର, ବରିଷ୍ଠ ଆଇଏଏସ ବିଜୟ ଅମୃତ କୁଲାଂଗେ, ନାଟ୍ୟକାର ମାନସ ଗଡ଼ନାୟକ, ଇମ୍ଫା ଲୋକସମ୍ପର୍କ ଅଧିକାରୀ ପ୍ରଦୀପ ବେହେରା, ସମାଜସେବୀ ପ୍ରଦୀପ୍ତ କୁମାର ସାହୁ (ବାବୁଲି ଦହିବରା), କଣ୍ଠଶିଳ୍ପୀ ଦିପ୍ତିମୟି ଦାସ, ଯୁବ ଉଦ୍ୟୋଗୀ ନିତ୍ୟାନନ୍ଦ ସାହୁ ଏବଂ ଯୋଗ ଶିକ୍ଷକ ରଞ୍ଜନ ପାତ୍ର।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଅଦ୍ଵିତ ଗଡ଼ନାୟକ, ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ହିମାଂଶୁ ଖଟୁଆ, ଏକାମ୍ର ବିଧାୟକ ବାବୁ ସିଂ, କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ, ଉଦ୍ୟୋଗପତି ଦେବୁ ପଟ୍ଟନାୟକ, କବି ରକ୍ଷକ ନାୟକ, ବରିଷ୍ଠ ପୋଲିସ ଅଧିକାରୀ ଉମାଶଙ୍କର ଦାସ ଓ ସମାଜସେବୀ ରୁଦ୍ର ପ୍ରସାଦ ପଣ୍ଡା ଯୋଗଦେଇଥିଲେ।
ଓଡ଼ିଶାର କଳା, ସଂସ୍କୃତି ଓ ଲୋକ ପରମ୍ପରାର ମହନୀୟତାକୁ ଫଟୋଗ୍ରାଫି ମାଧ୍ୟମରେ ବିଶ୍ୱ ଦରବାରରେ ଉପସ୍ଥାପନ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।

ଯୁବ ଅଧ୍ୟାପକ ଜ୍ଞାନାନନ୍ଦ ସାଗର ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଟ୍ରଷ୍ଟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଫଟୋ ପ୍ରଦର୍ଶନୀଟି ୨୨ ତାରିଖ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ରହିବ।

Leave a Reply

Your email address will not be published. Required fields are marked *