Fake Paneer Scam in Cuttack: Haryana Lab Report Confirms Adulteration/କ୍ଷୀର ନୁହେଁ, ପନିରରେ ମିଶୁଛି ସାବୁନ୍-ମଇଦା: ହରିୟାଣା ଲ୍ୟାବ୍ ରିପୋର୍ଟ ସମସ୍ତଙ୍କୁ ଉଡ଼ାଇ ଦେଲା ନିନ୍ଦ!

ନିଆଳି ନକଲି ପନିର ଠକେଇ: ହରିୟାଣା ଲ୍ୟାବ୍ ରିପୋର୍ଟରୁ ସାଂଘାତିକ ସଚ୍ଚୋଟତା ଆସିଲା ସାମ୍ନାକୁ
କଟକ:
ଯଦି ଆପଣ ବଜାରରୁ ପନିର କିଣି ଖାଉଛନ୍ତି, ତେବେ ଟିକିଏ ସାବଧାନ ହୋଇଯାଆନ୍ତୁ। କଟକ ନିଆଳି ଅଞ୍ଚଳରେ ଚାଲିଥିବା ନକଲି ପନିର କାରବାରକୁ ନେଇ ଏବେ ଏକ ସାଂଘାତିକ ତଥ୍ୟ ପଦାକୁ ଆସିଛି। ନିଆଳିରୁ ଜବତ ହୋଇଥିବା ପନିର ନମୁନା ପରୀକ୍ଷା ପାଇଁ ହରିୟାଣା ଲ୍ୟାବ୍‌କୁ ପଠାଯାଇଥିବା ବେଳେ, ତାର ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି।
ଲ୍ୟାବ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ଲୋକଙ୍କ ଜୀବନ ସହ ଖେଳ ଖେଳି ଅଳ୍ପ ଟଙ୍କାରେ ପନିର ତିଆରି କରିବା ପାଇଁ ସେଥିରେ କ୍ଷୀର ବଦଳରେ ମଇଦା, ଡିଟରଜେଣ୍ଟ ପାଉଡର ଏବଂ ବିପଜ୍ଜନକ କେମିକାଲ ମିଶାଯାଉଥିଲା। ଏପରି ଭେଜାଲ ପନିର ନିୟମିତ ଖାଇବା ଦ୍ୱାରା ପାକସ୍ଥଳୀ ସଂକ୍ରମଣ, କିଡ୍ନୀ ଓ ଲିଭର ଖରାପ ହେବା ସହ କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଛି।
ଏହି ରିପୋର୍ଟ ଆସିବା ପରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତେବେ ଘରେ ପନିର ଆଣିବା ପରେ ସେଥିରେ ଟିକିଏ ଆଇଓଡିନ୍ ପକାଇ ପରୀକ୍ଷା କରନ୍ତୁ— ଯଦି ପନିରର ରଙ୍ଗ ନୀଳ ହୋଇଯାଏ, ତେବେ ସେଥିରେ ମଇଦା କିମ୍ବା ଷ୍ଟାର୍ଚ ମିଶିଛି ବୋଲି ସନ୍ଦେହ କରନ୍ତୁ।

Leave a Reply

Your email address will not be published. Required fields are marked *